Explore

Search

May 21, 2026 4:01 am

ବଦଳିଲା CRUITର ନାଁ

ଭୁବନେଶ୍ୱର : କ୍ରୁଟର ନାମରେ ହେଲା ପରିବର୍ତ୍ତନ। କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ। ଅର୍ଥାତ “ରାଜଧାନୀ ଅଞ୍ଚଳ ସହରୀୟ ପରିବହନ” ବଦଳରେ ଏବେ “ସମ୍ପୂର୍ଣ୍ଣ ଅଞ୍ଚଳ ସହରୀୟ ପରିବହନ” ଭାବେ ପରିଚିତ ହେବ କ୍ରୁଟ। ଏବେ କେବଳ ରାଜଧାନୀ ଅଞ୍ଚଳ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଚାଲିବ ନୂତନ ବସ ସେବା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରରେ ୨୫ଟି ବସ ଚାଲୁଥିବା ବେଳେ ଏବେ ବାରିପଦା, ଅନୁଗୋଳ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ମଧ୍ୟ “ଆମ ବସ” ସେବା ଆରମ୍ଭ ହେବ। ଆଗାମୀ ଦିନରେ ଆବଶ୍ୟକତା ଅନୁସାରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହି ସୁବିଧା ବିସ୍ତାର କରାଯିବ।

ସମସ୍ତ ନୂତନ ବସ ବିଦ୍ୟୁତ ଚାଳିତ ହେବ। ଖୁବଶୀଘ୍ର ଆସୁଛି ୨୦୦ଟି ନୂତନ ବିଦ୍ୟୁତ ବସ । କଟକ, ଭୁବନେଶ୍ୱର ଓ ରାଉରକେଲା ପାଇଁ ୧୦୦ଟି ବସ ଓ ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ୫୦ଟି ବସ ଦିଆଯିବ । କେନ୍ଦୁଝରରେ ଏବେ ୪ ଜଣ ମହିଳା ଚାଳକ ବସ ଚଳାଉଥିବା ବେଳେ, ଆଗାମୀ ଦିନରେ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ। ଯେଉଁଠି ବସ ଚାଲିପାରିବ ନାହିଁ, ସେଠାରେ ବିଦ୍ୟୁତ ରିକ୍ସା ସୁବିଧା ମଧ୍ୟ ରହିବ। ତୃତୀୟଲିଙ୍ଗୀଙ୍କୁ ଏହି ରିକ୍ସା ଚଳାଇବାରେ ପ୍ରାଥମ୍ୟ ଦିଆଯିବ।

ବସ ରହଣୀ ସ୍ଥାନ ଗୁଡ଼ିକୁ ଆଧୁନିକ ରୂପ ଦିଆଯିବ। ସେଠାରେ ସ୍ୱୟଂଚାଳିତ ବିକ୍ରୟ ଯନ୍ତ୍ର ଓ ଡିଜିଟାଲ ସୂଚନା ବ୍ୟବସ୍ଥା କରାଯିବ। ଦୁର୍ଘଟଣା ରୋକିବା ପାଇଁ ବସରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଲାଗିବ। ପୁରୁଣା ଡିଜେଲ ବସ ବଦଳାଇ ନୂତନ ବିଦ୍ୟୁତ ବସ ଆଣିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜଣେ ଚାଳକ ୮ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇପାରିବେ ନାହିଁ । ସମସ୍ତ ବସରେ ବେଗ ନିୟନ୍ତ୍ରଣ ବ୍ୟବସ୍ଥା ରହିବ ଏବଂ ୫୦ କିଲୋମିଟରରୁ ଅଧିକ ବେଗରେ ବସ ଚାଲିପାରିବ ନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score