Explore

Search

September 2, 2026 7:31 pm

ବିଶ୍ୱର ୩ ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତର ନାଁ

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ସ୍ଥାନକୁ ନେଇ ପ୍ରଶଂସା କରିଛନ୍ତି ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋ। ସାଂଘାଇ ସହଯୋଗ ସଂଗଠନ ବା SCO ଫୋରମରେ ନିଜ ଭାଷଣ ଦେଇ ସେ ଚୀନ୍, ରୁଷ ଓ ଭାରତକୁ ବିଶ୍ୱର ତିନିଟି ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଲ୍ଲେଖ କରିଛନ୍ତି ।

ଲୁକାସେଙ୍କୋଙ୍କ ଏହି ମନ୍ତବ୍ୟ ପରେ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କଥା ହେଲା, ସେ ଉଲ୍ଲେଖ କରିଥିବା ତିନିଟି ଶକ୍ତିଶାଳୀ ଦେଶର ତାଲିକାରେ ଆମେରିକାର ନାମ ନଥିବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଆୟୋଜିତ SCO ଶିଖର ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠିଥିଲା। ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସମେତ SCO ସଦସ୍ୟ ଦେଶ ଗୁଡ଼ିକର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ନିଜ ଭାଷଣରେ ବେଲାରୁଷ ରାଷ୍ଟ୍ରପତି କହିଥିଲେ ଯେ, SCOର ସମସ୍ତ ସଦସ୍ୟ ଦେଶ ସମାନତାର ଆଧାରରେ କାମ କରୁଛନ୍ତି। ତଥାପି ଚୀନ୍, ରୁଷ ଏବଂ ଭାରତକୁ ବିଶ୍ୱର ତିନିଟି ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଭାବେ ସ୍ୱୀକାର କରିବାକୁ ହେବ।
ସେ କହିଥିଲେ ଯେ, ଏହି ତିନିଟି ଦେଶ କେବଳ ଅର୍ଥନୈତିକ ଦୃଷ୍ଟିରୁ ଶକ୍ତିଶାଳୀ ନୁହନ୍ତି, ବରଂ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟ। ବିଶ୍ୱ ରାଜନୀତି, ଅର୍ଥନୀତି ଓ ସୁରକ୍ଷା କ୍ଷେତ୍ରରେ ଏହି ତିନି ଦେଶର ପ୍ରଭାବ ଦିନକୁ ଦିନ ବଢ଼ୁଥିବା କଥା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।
ଏହି ସମ୍ମିଳନୀରେ ଋଷ, ଚୀନ୍, ଭାରତ, ପାକିସ୍ତାନ, ଇରାନ, ବେଲାରୁଷ, ଉଜବେକିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଏବଂ କିର୍ଗିଜସ୍ତାନ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ।
ସମଗ୍ର ଘଟଣାକ୍ରମରୁ ସ୍ପଷ୍ଟ ଯେ, ଆନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରଭାବ ଓ ଗୁରୁତ୍ୱ କ୍ରମେ ବଢ଼ୁଛି । ଚୀନ୍ ଓ ଋଷ ସହ ଭାରତକୁ ବିଶ୍ୱର ତିନିଟି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସ୍ଥାନ ଦେଇ ବେଲାରୁଷ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଏବେ ଆନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score