Explore

Search

June 5, 2026 8:14 pm

ହତ୍ୟା ମାମଲାରେ ନୂଆ ମୋଡ଼ : ତ୍ରିଷ୍ଣାଙ୍କ ସଙ୍ଗୀନ ଅଭିଯୋଗ, ପରିବାର ଭିତରେ ଲୁଚିଛି ରହସ୍ୟ ?

ଭୁବନେଶ୍ୱର: ୟୁଟ୍ୟୁବର ତଥା ବ୍ୟବସାୟୀ ରାହୁଲ ମହାରଣା ହତ୍ୟାକାଣ୍ଡକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ଏବେ ନୂଆ ମୋଡ଼ ଆସିଛି। ରାହୁଲଙ୍କ ପରିବାର ପକ୍ଷରୁ ତ୍ରିଷ୍ଣାଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ, ତ୍ରିଷ୍ଣା ନିଜେ ମୁହଁ ଖୋଲି ହତ୍ୟାକାଣ୍ଡ ପଛରେ ରାହୁଲଙ୍କ ଭିଣେଇ ବିକାଶଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି। ସେ ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ନିଜ ସନ୍ଦେହର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି।

ଗୋଟେପଟେ ରାହୁଲଙ୍କ ପରିବାର ତ୍ରିଷ୍ଣାଙ୍କୁ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ କଡ଼ି ବୋଲି ଦାବି କରୁଥିବା ବେଳେ, ଅନ୍ୟପଟେ ତ୍ରିଷ୍ଣାଙ୍କ କହିବା ଅନୁସାରେ ଏହି ହତ୍ୟାର ସୂତ୍ର ପରିବାର ଭିତରେ ହିଁ ଲୁଚି ରହିଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଥାନାରେ ତାଙ୍କୁ ଜୀବନରୁ ମାରିଦେବା ପର୍ଯ୍ୟନ୍ତ ଧମକ ଦିଆଯାଇଥିଲା ।

ଏହି ଘଟଣା ମଧ୍ୟରେ ତ୍ରିଷ୍ଣାଙ୍କ ନାମରେ ଉଠିଥିବା ପ୍ରେମ ସମ୍ପର୍କ ଅଭିଯୋଗ ମଧ୍ୟ ନୂଆ ବିବାଦ ସୃଷ୍ଟି କରିଛି । ରାହୁଲଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆ ଓ ସାଧାରଣ ମହଲରେ ଏହାକୁ ନେଇ ତୀବ୍ର ଚର୍ଚ୍ଚା ଚାଲିଛି। ତେବେ ତ୍ରିଷ୍ଣା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ବିବାହ ପୂର୍ବରୁ ସେ ରାହୁଲଙ୍କ ପରିବାରକୁ ଅନେକ ଥର ଆର୍ଥିକ ସହଯୋଗ କରିଥିଲେ। ଏବେ ସେହି ଆର୍ଥିକ ସହାୟତାର ଉତ୍ସ ଓ ଉଦ୍ଦେଶ୍ୟକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି।

ରାହୁଲଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ତ୍ରିଷ୍ଣା ତାଙ୍କ ବ୍ୟକ୍ତିଗତ ଜୀବନ, ବିବାହ, ପ୍ରେମ ସମ୍ପର୍କ, ଭବିଷ୍ୟତ ଯୋଜନା ଓ ହତ୍ୟାକାଣ୍ଡକୁ ନେଇ ଖୋଲାଖୋଲି ମତ ରଖିଛନ୍ତି। ଏପରି ସ୍ଥିତିରେ ରାହୁଲ ହତ୍ୟାକାଣ୍ଡର ପ୍ରକୃତ ସତ୍ୟ କଣ, କିଏ ସତ କହୁଛି ଓ କିଏ ତଥ୍ୟ ଲୁଚାଉଛି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୮ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରର ଜିଜିପି କଲୋନୀ ପଡ଼ିଆ ନିକଟରେ ୩୨ ବର୍ଷୀୟ ୟୁଟ୍ୟୁବର ଓ ଗ୍ୟାସ ବ୍ୟବସାୟୀ ରାହୁଲ ମହାରଣାଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିଲା। ସେବେଠାରୁ ଏହି ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score