Explore

Search

May 5, 2026 11:18 pm

ଦୁଲକୁଛି ଭଞ୍ଜନଗର ଠାକୁରାଣୀ ଯାତ୍ରା

ଭଞ୍ଜନଗର : ଦୁଲକୁଛି ଭଞ୍ଜନଗର ଠାକୁରାଣୀ ଯାତ୍ରା। ଏହି ଯାତ୍ରା ଦେଖିବା ପାଇଁ ଲାଗିଛି ଭକ୍ତ ଓ ଦର୍ଶକଙ୍କ ଭିଡ। ଆଜି ଏହି ଯାତ୍ରା ୧୦ ଦିନରେ ପହଞ୍ଚିଛି । ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନଙ୍କ ଭିଡ ଯୋଗୁଁ ଯାତ୍ରାରେ ଅଧିକ ଭିଡ ଦେଖାଯାଉଛି। ଏହି ଯାତ୍ରା ଆହୁରି ୧୫ ଦିନ ଚାଲିବା ନେଇ ନିର୍ଦ୍ଧାରିତ ହୋଇଛି।

ଅନ୍ୟପଟେ ଯାତ୍ରାକୁ ଅଧିକ ଆକର୍ଷିତ କରିବା ପାଇଁ ଓ ଲୋକଙ୍କ ମନୋରଞ୍ଜନ ପାଇଁ ଅପେରା, ସର୍କସ ଓ ରାମଦୋଳିର ବ୍ୟବସ୍ଥା ହୋଇଛି ।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୯ଟି ସାଂସ୍କୃତିକ ଦଳଙ୍କୁ କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଯାତ୍ରା କମିଟି ପକ୍ଷରୁ ମଧ୍ୟ ରାଜ୍ୟର ନାମୀଦାମୀ କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଇଛି। ତେଣୁ ଆଗାମୀ ଦିନରେ ଭିଡ ଆହୁରି ବଢ଼ିବା ସ୍ପଷ୍ଟ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଆହୁରି କଠୋର କରିବାକୁ ନିଷ୍ପତି ନେଇଛି ।

ଅନ୍ୟପକ୍ଷରେ ପ୍ରତିଦିନ ସନ୍ଧ୍ୟାରେ ଭଞ୍ଜନଗର ପୁରୁଣା ଜେଲ ପରିସରର କବି ସମ୍ରାଟ ରଙ୍ଗମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଯାହା ଦର୍ଶକଙ୍କୁ ବାନ୍ଧି ରଖିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score