Explore

Search

April 17, 2026 9:50 pm

ଏପ୍ରିଲ ୨୦ରୁ ସବୁ ସ୍କୁଲ ଛୁଟି

ଏପ୍ରିଲ ୨୦ରୁ ଜୁନ ୧୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି । ଏଭଳି ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର। ଏବେ ସମଗ୍ର ଦେଶ ତତଲା ତାୱାରେ ସିଜୁଛି । ଦିନକୁ ଦିନ ତାପମାତ୍ରା ବଢ଼ିବା ସହିତ ଖରା ପରିସ୍ଥିତି ଅଧିକ କଷ୍ଟଦାୟକ ହେଉଛି । ସକାଳ ବେଳେ ମଧ୍ୟ ଘରୁ ବାହାରିବା କଷ୍ଟକର ଲାଗୁଛି । ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଥିବା ଏହି ତାପମାତ୍ର ଏବେ ଆହୁରି ତୀବ୍ର ହେଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ତୀବ୍ର ଗ୍ରୀଷ୍ମ ଏବଂ ଲୁ’ର ପ୍ରଭାବକୁ ଦେଖି ଛତିଶଗଡ଼ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସମୀକ୍ଷା ଶେଷ ହେବା ପରେ କେଉଁ ଜିଲ୍ଲାରେ କେବେ ଠାରୁ ଓ କେତେଦିନ ପର୍ଯ୍ୟନ୍ତ ଖରାଛୁଟି ଲାଗୁ ହେବ, ସେନେଇ ସ୍ପଷ୍ଟ ଘୋଷଣା କରାଯିବ । ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସରକାରଙ୍କ ପ୍ରଥମ ଗୁରୁତ୍ୱ ଅଟେ। ଏନେଇ ତାପମାତ୍ରାର ବୃଦ୍ଧି ଓ ଲୁର ପ୍ରଭାବକୁ ଭାବି ସଠିକ ଓ ସମୟୋଚିତ ପଦକ୍ଷେପ ନିଆଯିବ। ଏହି ପରିସ୍ଥିତିକୁ ଆଗରେ ରଖି ଛତିଶଗଡ଼ ସରକାର ପୂର୍ବରୁ ସ୍କୁଲ ଗୁଡ଼ିକ ପାଇଁ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶ୍ୱସ୍ତ ହୋଇଛନ୍ତି ।

ଓଡ଼ିଶାରେ କେବେ ଠୁ ଖରାଛୁଟି?

ଅନ୍ୟପଟେ, ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ସକାଳୁଆ ବିଦ୍ୟାଳୟ ଚାଲୁ ରହିଛି । କେବେ ଠାରୁ ଖରାଛୁଟି ଘୋଷଣା ହେବ ସେନେଇ ଚର୍ଚ୍ଚା ଚାଲିଛି। ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ମତ ଦିଆଯାଇଛି।

ସରକାର କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଏକାଧରଣର ନିଷ୍ପତ୍ତି ନେବା ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ଜିଲ୍ଲାର ତାପମାତ୍ରା ଓ ପରିସ୍ଥିତିକୁ ଆଧାର କରି ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ଖରାଛୁଟି ଘୋଷଣା କରାଯିବ। ବିଶେଷତଃ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଅଧିକ ଗରମ ଓ ଲୁର ପ୍ରଭାବ ଥିବାରୁ ସେଠାରେ ପ୍ରଥମେ ଛୁଟି ଘୋଷଣା ହେବାର ସମ୍ଭାବନା ରହିଛି ।

ସରକାର ଏହି ବିଷୟକୁ ଗଭୀରତାର ସହ ପର୍ଯ୍ୟବେକ୍ଷଣ କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score