ଭୁବନେଶ୍ବର : ଓଡ଼ିଶାରେ ତାପମାତ୍ରା କମିବା ସହ କାଳବୈଶାଖୀର ପ୍ରଭାବ ଆହୁରି ଜୋରଦାର ହୋଇଛି। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ପବନ ବୋହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ଥିବା ବେଳେ ପବନର ବେଗ କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ଓ ଅନ୍ୟ ସ୍ଥାନରେ ୩୦ ରୁ ୪୦ କିମି ପର୍ଯ୍ୟନ୍ତ ରହିପାରେ। ସମସ୍ତ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
ମେ’ ୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଝଡ଼ ପବନ ସହ ବର୍ଷା ହେବ। ଏହାସହ ପ୍ରଚଣ୍ଡ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି।
ମେ’ ୮ ତାରିଖରେ ବର୍ଷା କିଛି ହ୍ରାସ ପାଇବା ସମ୍ଭାବନା ଥିଲେ ମଧ୍ୟ କିଛି ଜିଲ୍ଲାରେ ହାଲୁକା ବର୍ଷା, ବଜ୍ରପାତ ଓ ଝଡ଼ି ପବନ ଚାଲିଥିବ । ୯ ତାରିଖରୁ ପୁନର୍ବାର ବର୍ଷାର ପରିମାଣ ବଢ଼ିବା ଆକଳନ କରାଯାଇଛି।
ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ଜାରି ରହିବା ସହ ତାପମାତ୍ରା ସାଧାରଣ ତଳେ ରହିବ। ୧୨ ତାରିଖ ପର୍ଯ୍ୟନ୍ତ ଗରମରୁ କିଛି ରାହତ ମିଳିବା ଆଶା କରାଯାଉଛି।
ଗତ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ଭାରି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ୩୯ .୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଛି।
ସେହିପରି ଆଣ୍ଡାମାନ-ନିକୋବର ଅଞ୍ଚଳରେ ମଧ୍ୟ ୬ ରୁ ୧୦ ତାରିଖ ମଧ୍ୟରେ ବଜ୍ରପାତ ସହ ଝଡ଼ି ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଓ ଝାଡ଼ଖଣ୍ଡରେ ମଧ୍ୟ ଆଗାମୀ ୭ ଦିନ ଯାଏଁ ଏଭଳି ପାଗ ଜାରି ରହିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
