Explore

Search

April 30, 2026 9:57 pm

ଦେଶରେ ଆରମ୍ଭ ହେଲା ବୁଲେଟ ଟ୍ରେନ ସେବା

ଦେଶରେ ବୁଲେଟ ଟ୍ରେନ ସେବା ଆରମ୍ଭ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଉଛି । ମୁମ୍ବାଇ-ଅହମ୍ମଦାବାଦ ରୁଟରେ ଚଳାଚଳ ପାଇଁ ବୁଲେଟ୍ ଟ୍ରେନ ପଥ ପ୍ରସ୍ତୁତି କାମ ଜୋରଦାର ଭାବେ ଚାଲିଛି । ବିଶେଷ କରି ଗୁଜରାଟରେ ଉଚ୍ଚସ୍ତରର ଭାୟାଡକ୍ଟ ଉପରେ ଆଧୁନିକ ଟ୍ରାକ ବିଛାଇବାର କାମ ଦ୍ରୁତଗତିରେ ବୃଦ୍ଧି ପାଉଛି ।

ଏହି ବୁଲେଟ ଟ୍ରେନ ଟ୍ରାକ ସାଧାରଣ ରେଳ ପଥ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସାଧାରଣ ରେଳ ପଥରେ ପଥର ଓ ବାଲାଷ୍ଟ ବ୍ୟବହାର ହୁଏ, କିନ୍ତୁ ବୁଲେଟ ଟ୍ରେନ ପାଇଁ କଂକ୍ରିଟ ଆଧାରିତ ମଜବୁତ ପଥ ତିଆରି କରାଯାଉଛି । ଯାହା ଅଧିକ ଗତି ଓ ସୁରକ୍ଷାକୁ ସୁନିଶ୍ଚିତ କରେ।

ଏହି ପ୍ରକଳ୍ପରେ ଜାପାନର ଆଧୁନିକ ପ୍ରଯୁକ୍ତି ବ୍ୟବହାର ହେଉଛି । ଯାହାକୁ “ଜେ-ସ୍ଲାବ୍ ବାଲାଷ୍ଟଲେସ୍ ଟ୍ରାକ୍ ସିଷ୍ଟମ୍” ବୋଲି କୁହାଯାଏ। ଏହି ପ୍ରଣାଳୀରେ ଟ୍ରାକକୁ ଅଧିକ ଦୃଢ଼ ଓ ସ୍ଥିର କରିବା ପାଇଁ କେତେକ ସ୍ତରରେ ଗଠନ କରାଯାଏ।

ସାଧାରଣତଃ ଏହି ଟ୍ରାକ୍ ଚାରିଟି ପ୍ରମୁଖ ସ୍ତରରେ ତିଆରି ହୋଇଥାଏ_

ପ୍ରଥମେ ଭିତ୍ତି ସ୍ତର, ତାପରେ ମଜବୁତ କଂକ୍ରିଟ ଆଧାର, ପରବର୍ତ୍ତୀରେ ସ୍ଲାବ୍ ଏବଂ ଶେଷରେ ରେଳ ଲାଇନ୍‌। ଏହି ଭଳି ଗଠନ ଦ୍ୱାରା ଟ୍ରେନ ଅଧିକ ଗତିରେ ଚଳାଚଳ କରିଲେ ମଧ୍ୟ କମ୍ପନ କମ୍ ହୁଏ ଓ ସୁରକ୍ଷା ବଢ଼େ।

ଏଭଳି ଆଧୁନିକ ପ୍ରଯୁକ୍ତି ସହ ଭାରତରେ ବୁଲେଟ୍ ଟ୍ରେନ୍ ପରିବହନ ବ୍ୟବସ୍ଥା ଏକ ନୂତନ ଯୁଗର ଆରମ୍ଭ କରିବାକୁ ଯାଉଛି।

ବୁଲେଟ୍ ଟ୍ରେନ ପାଇଁ ବିଶେଷ ଟ୍ରାକ୍ ବ୍ୟବସ୍ଥାକୁ ଆଧୁନିକ ଏବଂ ଦୃଢ଼ ଭାବରେ ତିଆରି କରାଯାଉଛି।

ଆରସି ଟ୍ରାକ୍ ବେସ୍ : ପ୍ରଥମେ ଭାୟାଡକ୍ଟ ଉପରେ ପ୍ରାୟ ୩୦୦ ମିମି ମୋଟା ଓ ୨୪୨୦ ମିମି ଚଉଡ଼ା କଂକ୍ରିଟ୍ ଆଧାର ତିଆରି କରାଯାଏ। ଟ୍ରାକ୍‌କୁ ସ୍ଥିର ରଖିବା ପାଇଁ ଏଥିରେ ବିଶେଷ ଆଙ୍କର ମଧ୍ୟ ବ୍ୟବହାର ହୁଏ।

ପ୍ରିକାଷ୍ଟ ସ୍ଲାବ୍ ବ୍ୟବସ୍ଥା : ଏହି ଆଧାର ଉପରେ ପୂର୍ବରୁ କାରଖାନାରେ ତିଆରି ହୋଇଥିବା ମଜବୁତ କଂକ୍ରିଟ୍ ସ୍ଲାବ୍ ବିଛାଯାଏ। ଏହି ସ୍ଲାବ୍‌ ଗୁଡିକ ଗୁଜରାଟର କିମ୍ ଓ ଆନନ୍ଦ ଅଞ୍ଚଳରେ ତିଆରି ହେଉଛି।

ବିଶେଷ ମିଶ୍ରଣ ତରଳ : ସ୍ଲାବ୍ ଓ ଆଧାର ମଧ୍ୟରେ ପ୍ରାୟ ୫୦ ମିମି ହାଲୁକା ଖାଲି ଜାଗାରେ ସିମେଣ୍ଟ ଓ ଆସଫାଲ୍ଟ ମିଶ୍ରିତ ଏକ ବିଶେଷ ପଦାର୍ଥ ପୂରଣ କରାଯାଏ । ଏହା ଝଟକା ଓ କମ୍ପନକୁ କମାଇ ଦିଏ।

ଏହି ଆଧୁନିକ ପ୍ରଣାଳୀ ଦ୍ୱାରା ଉଚ୍ଚ ବେଗରେ ଦୌଡୁଥିବା ବୁଲେଟ୍ ଟ୍ରେନ ଯାତ୍ରା ସୁବିଧାଜନକ ଓ ମସୃଣ ହୋଇଥାଏ, ଯାହାରେ ଯାତ୍ରୀମାନେ ପ୍ରାୟ କୌଣସି କମ୍ପନ ଅନୁଭବ କରନ୍ତି ନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score