Explore

Search

April 28, 2026 10:44 am

ବିରିୟାନି ଓ ତରଭୁଜ ଖାଇ ଚାଲିଗଲା ୪ ଜଣଙ୍କର ଜୀବନ

ଭୁବନେଶ୍ୱର : ବିରିୟାନି ଓ ତରଭୁଜ ଖାଇ ଗୋଟିଏ ପରିବାରରେ ଚାଲିଗଲା ୪ ଜଣଙ୍କର ଜୀବନ। ଏଭଳି ଅଘଟଣ ଘଟିଛି ମୁମ୍ବାଇର ପାଇଧୁନି ଅଞ୍ଚଳରେ । ମୃତକମାନେ ହେଲେ ଅବଦୁଲ୍ଲା ଡୋକାଡିଆ (୪୦), ତାଙ୍କ ସ୍ତ୍ରୀ ନସରିନ (୩୫) ଏବଂ ସେମାନଙ୍କର ଦୁଇ ଛୋଟ ଝିଅ ଆୟେଶା (୧୬) ଏବଂ ଜୈନବ (୧୩) । ଏହି ଘଟଣା ପୁରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

ରିପୋର୍ଟ ଅନୁସାରେ, ଏପ୍ରିଲ ୨୫ ତାରିଖ ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ପରିବାରର ସଦସ୍ୟମାନେ ପାଞ୍ଚଜଣ ଆତ୍ମୀୟଙ୍କ ସହ ମିଶି ରାତ୍ରୀଭୋଜନ କରିଥିଲେ। ରାତି ପ୍ରାୟ ୧ଟାରୁ ୧ଟା ୩୦ ମିନିଟରେ ପରିବାରର ଚାରିଜଣ ସଦସ୍ୟ ତରଭୁଜ ଖାଇଥିଲେ। ଆଉ ତରଭୁଜ ଖାଇବାର କିଛି ସମୟ ପରେ ସମସ୍ତଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ ବାନ୍ତି ଓ ଝାଡ଼ା ଭଳି ଲକ୍ଷଣ ଦେଖାଯାଇଥିଲା।

ପରିବାରଲୋକମାନେ ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ତତ୍କ୍ଷଣାତ୍ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚାରିଜଣଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ପୂର୍ବରୁ ପରିବାରର ଜଣେ ସଦସ୍ୟ ପୋଲିସଙ୍କୁ କହିଥିଲେ ଯେ ସେମାନେ ପ୍ରଥମେ ବିରିୟାନି ଏବଂ ପରେ ତରଭୁଜ ଖାଇଥିଲେ। ଏହାକୁ ଆଧାର କରି ଖାଦ୍ୟ ବିଷାକ୍ତତା ଘଟିଥିବା ସନ୍ଦେହ କରାଯାଉଛି। ତଥାପି, ଏ ସମ୍ପକରେ ପୋଲିସ ମୃତଦେହ ବ୍ୟବଛେଦ କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟାନ୍ୟ ଲ୍ୟାବ୍‌ ରିପୋର୍ଟ ଆସିଲେ ସମସ୍ତ କଥା ଜଣା ପଡିବ ବୋଲି ସ୍ଥାନୀୟ ପୋଲିସ କହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score