ନୂଆଦିଲ୍ଲୀ: ଅଫିସ କିମ୍ବା କାରଖାନାରେ କାମ କରୁଥିବା ଲୋକଙ୍କ ପାଇଁ ଆସିଲା ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର। ଯଦି ଆପଣ ଦିନକର କାର୍ଯ୍ୟ ସମୟ ସରିବା ପରେ ଅଧିକ ସମୟ ଦେଉଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଆସିଛି ଅଧିକ ଆୟର ଅବସର। ନୂତନ ଶ୍ରମ ନୀତି ଅନୁସାରେ, ଓଭର ଟାଇମ୍ କଲେ କର୍ମଚାରୀମାନେ ପାଇବେ ଦ୍ୱିଗୁଣା ଦରମା।
ଏହି ନୂଆ ବ୍ୟବସ୍ଥାରେ ସ୍ପଷ୍ଟ କରାଯାଇଛି ଯେ ସିଫ୍ଟ ଶେଷ ହେବା ପରେ ଆପଣ ଯେତେ ସମୟ କାମ କରିବେ, ସେହି ସମୟ ପାଇଁ ସାଧାରଣ ଦରମାର ଡବଲ୍ ଦେବାକୁ କମ୍ପାନୀ ବାଧ୍ୟ ହେବ। ପୂର୍ବରୁ ଅନେକ ସଂସ୍ଥା ଏହି ଅତିରିକ୍ତ କାମକୁ ଗଣନା କରୁନଥିଲେ, କିନ୍ତୁ ଏବେ ସେଥିରେ ଶକ୍ତ ନିୟମ ଆଣାଯାଇଛି।
ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ କମ୍ପାନୀକୁ କର୍ମଚାରୀଙ୍କ ଓଭର ଟାଇମ୍ର ଠିକ୍ ରେକର୍ଡ ରଖିବା ସହ ଟଙ୍କା ଦେବା ଅନିବାର୍ଯ୍ୟ। କୌଣସି ସଂସ୍ଥା ଯଦି ଏହାକୁ ଅବହେଳା କରେ, ତେବେ ସେଥିରେ ଜରିମାନା ସହ ଆଇନ ପଦକ୍ଷେପ ଗ୍ରହଣ କରାଯିବ।
ଓଭର ଟାଇମ୍ ଗଣନାରେ ବଦଳ
ନୂଆ ନିୟମରେ ଅତିରିକ୍ତ ସମୟକୁ ଅଧିକ ସଠିକ ଭାବେ ଗଣାଯିବ।
ସିଫ୍ଟ ପରେ ୧୫–୨୦ ମିନିଟ୍ କାମ କଲେ ମଧ୍ୟ ଏହାକୁ ୩୦ ମିନିଟ୍ ଭାବେ ଗଣାଯିବ।
୩୦ ମିନିଟରୁ ଅଧିକ କାମ କଲେ ତାହାକୁ ପୁରା ୧ ଘଣ୍ଟା ଭାବରେ ଧରାଯିବ।
ଏଥିରୁ ଛୋଟ ସମୟର କାମ ମଧ୍ୟ ଅବହେଳିତ ହେବ ନାହିଁ।
କାମ ସମୟର ସୀମା ନିର୍ଦ୍ଧାରିତ
କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଭାବି ଦୈନିକ ୮ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା କାମ ସୀମା ରଖାଯାଇଛି। ଆବଶ୍ୟକ ହେଲେ କାମ ଦିନ ୪ କିମ୍ବା ୫ ଦିନ ହୋଇପାରେ, କିନ୍ତୁ ସମୁଦାୟ ସମୟ ୪୮ ଘଣ୍ଟା ମଧ୍ୟରେ ରହିବ। ଏକ ଦିନରେ ଓଭର ଟାଇମ୍ ସହିତ ୧୨ ଘଣ୍ଟାରୁ ଅଧିକ କାମ କରାଯିବ ନାହିଁ।
ତ୍ରୈମାସିକ ଭିତ୍ତିରେ ମଧ୍ୟ ଓଭର ଟାଇମ୍ର ଉପର ସୀମା ଧରାଯାଇଛି, ଯାହା ୧୨୫ ରୁ ୧୪୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ।
୨ ଦିନରେ ମିଳିବ ଫୁଲ୍ ଏଣ୍ଡ ଫାଇନାଲ୍
ନୂଆ ନୀତିର ଆଉ ଗୋଟିଏ ବଡ଼ ପଦକ୍ଷେପ ହେଲା କର୍ମଚାରୀ ଚାକିରି ଛାଡ଼ିଲେ କିମ୍ବା ବର୍ଖାସ୍ତ ହେଲେ, ୨ କାର୍ଯ୍ୟଦିନ ଭିତରେ ସମସ୍ତ ଦେୟ ଟଙ୍କା ସେଟଲ୍ କରାଯିବ। ଏଥିରେ ଓଭର ଟାଇମର ଅବଶିଷ୍ଟ ଦେୟ ମଧ୍ୟ ସାମିଲ ରହିବ।
ଏହା ନୂଆ ଶ୍ରମ ନୀତି କର୍ମଚାରୀଙ୍କ ଅଧିକାରକୁ ଶକ୍ତ କରିବା ସହିତ ତାଙ୍କର ଆର୍ଥିକ ଲାଭକୁ ବଢ଼ାଇବା ଦିଗରେ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
