Explore

Search

April 28, 2026 8:49 am

ବିଶ୍ୱର ୧୦୦ ଗରମ ସହର ମଧ୍ୟରୁ ୯୫ଟି ଭାରତର, ତାଲିକାରେ ଭୁବନେଶ୍ୱର

ଭୁବନେଶ୍ୱର : ସମଗ୍ର ଭାରତରେ ଏବେ ତୀବ୍ର ଗ୍ରୀଷ୍ମ ତାପର ଭୟଙ୍କର ପ୍ରଭାବ ଦେଖାଯାଉଛି । ପ୍ରତିଦିନ ସୂର୍ଯ୍ୟର ତାପ ବଢ଼ୁଥିବାରୁ ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି। ଏହି ସମୟରେ ଏକ ଚିନ୍ତାଜନକ ଖବର ଆସିଛି । ଭାରତ ଏବେ ବିଶ୍ୱର ସର୍ବାଧିକ ତାପମାନ ଥିବା ଅଞ୍ଚଳ ମଧ୍ୟରୁ ଗୋଟିଏରେ ପରିଣତ ହେଉଛି । ରିପୋର୍ଟ ଅନୁଯାୟୀ, ଦୁନିଆର ୧୦୦ଟି ସବୁଠାରୁ ଗରମ ସହର ମଧ୍ୟରୁ ୯୫ଟି ସହର ଭାରତରେ ଅବସ୍ଥିତ। ଏହା ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବକୁ ସ୍ପଷ୍ଟ କରୁଛି।

ଉତ୍ତର, ମଧ୍ୟ ଏବଂ ପୂର୍ବ ଭାରତରେ ତାପମାନ ଏମିତି ବଢ଼ିଛି ଯେ ଦିନକୁ ଦିନ ଅବସ୍ଥା ଅଧିକ କଷ୍ଟକର ହେଉଛି। ଅନେକ ସ୍ଥାନରେ ତାପମାନ ୪୫ ଡିଗ୍ରୀ ସେଲସିୟସ୍‌କୁ ଅତିକ୍ରମ କରିଛି। ଏହାର ପରିଣାମରେ ଲୋକଙ୍କ ଦୈନନ୍ଦିନ ଜୀବନ ଭାରି ପ୍ରଭାବିତ ହେଉଛି। ବେଶି ସମୟ ବାହାରେ ରହିବା କଷ୍ଟକର ହୋଇପଡ଼ିଛି । ତୀବ୍ର ତାପ ସହ ଗରମ ପବନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସହିତ ଓଡ଼ିଶାର ଅନେକ ଅଞ୍ଚଳ ଯଥା ଭୁବନେଶ୍ୱର, ଝାରସୁଗୁଡା, ବଲାଙ୍ଗୀର ଓ ସୁନ୍ଦରଗଡରେ ଏହି ତୀବ୍ର ହିଟ୍ ୱେଭ ମଣିଷଙ୍କ ଜୀବନକୁ କଲବଲ କରୁଛି । ଅତ୍ୟଧିକ ଗରମ ପରିସ୍ଥିତି ଲୋକଙ୍କ ପାଇଁ ଗୁରୁତର ଚାଲେଞ୍ଜ ହୋଇପଡ଼ିଛି ଏବଂ ସତର୍କ ରହିବା ଅତ୍ୟାବଶ୍ୟକ ।

ପାଣିପାଗ ବିଭାଗର ଅନୁମାନ ଅନୁସାରେ, ଏପ୍ରିଲ୍ ୨୮ ପରେ ଉତ୍ତର ଭାରତର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହା କିଛି ଅଞ୍ଚଳକୁ ଅଳ୍ପ ସହଜ ଅନୁଭବ ଦେଇପାରେ। ଆଗକୁ ମେ’ ମାସ । ତେଣୁ ଗରମ ଆଉ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରିଛନ୍ତି।

ଏହି ଅସାମାନ୍ୟ ଗରମ ସମୟରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ସାବଧାନ ରହିବାକୁ କହିଛି । ଅତ୍ୟାବଶ୍ୟକ କାମ ଛାଡ଼ି ଘରୁ ବାହାରିବା ନାହିଁ ଏବଂ ଶରୀରକୁ ଠଣ୍ଡା ରଖିବା ପାଇଁ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score