Explore

Search

May 12, 2026 4:10 am

ବଦଳିଗଲା ଦିଦିଙ୍କ BIO : ‘X’ରୁ ହଟିଗଲା ‘CM’ ଟ୍ୟାଗ

କୋଲକାତା : ଶେଷରେ ହାର ମାନିଲେ ଦିଦି । ଶୁଭେନ୍ଦୁଙ୍କ ଶପଥ ପରେ ବଦଳିଗଲା ଦିଦିଙ୍କ BIO । ‘X’ରୁ ହଟିଗଲା ମମତା ବାନାର୍ଜୀଙ୍କ ‘CM’ ଟ୍ୟାଗ । ଗତ ଶନିବାର ଅର୍ଥାତ ୯ ମଇ, ୨୦୨୬ ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶପଥ ନେବା ପରେ ବଦଳିଗଲା ଦିଦିଙ୍କ ପରିଚୟ । ମାତ୍ର କେଇ ମିନିଟ ଭିତରେ ସୋସିଆଲ ମିଡ଼ିଆ ‘X’ରୁ ହଟିଗଲା ମମତା ବାନାର୍ଜୀଙ୍କ ‘CM’ ଟ୍ୟାଗ । ଆଉ ଯାହାକୁ ନେଇ ମମତା ରାଗିବା ସହ କହିଲେ ଏଇ ନିର୍ବାଚନରେ ସମ୍ପୂର୍ଣ୍ଣ ଜାଲିଆତି ହୋଇଛି । ତେବେ ମମତାଙ୍କ ଏଭଳି କ୍ଷୋଭ ଦେଖି ପଶ୍ଚିମବଙ୍ଗର ରାଜନୀତିକ ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କ X ପ୍ରୋଫାଇଲରେ ନିଜକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଉଲ୍ଲେଖ କରୁଥିଲେ। ତାଙ୍କ ବାୟୋରେ “ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ” ବୋଲି ଲେଖା ଥିଲା।

କିନ୍ତୁ ନୂଆ ସରକାର ଶପଥ ଗ୍ରହଣ କରିବା ପରେ ମମତା ବାନାର୍ଜୀ ତାଙ୍କ ପ୍ରୋଫାଇଲରୁ “ମୁଖ୍ୟମନ୍ତ୍ରୀ” ଶବ୍ଦକୁ ହଟାଇ ଦେଇଛନ୍ତି । ଏହାପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଶିବିର ଏହାକୁ ମମତାଙ୍କ ପରାଜୟ ସ୍ୱୀକାରର ସଙ୍କେତ ବୋଲି କହୁଛନ୍ତି।

ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀ ଲଗାତାର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ସେ ନିର୍ବାଚନରେ ଅନିୟମିତତା ଓ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ କରି ନିର୍ବାଚନ ନିରାପକ୍ଷେ ଭାବେ ହୋଇନଥିବା କଥା ମଧ୍ୟ କହିଛନ୍ତି ମମତା। ତେବେ ନିର୍ବାଚନ କମିଶନ ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ।

ଏହାରି ମଧ୍ୟରେ କୋଲକାତାର ଐତିହାସିକ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ କେ.ଏନ. ରବି ତାଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଓ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଶୁଭେନ୍ଦୁ ନନ୍ଦିଗ୍ରାମରେ ଟିଏମସି ପ୍ରାର୍ଥୀ ପବିତ୍ର କରଙ୍କୁ ୯,୬୬୫ ଭୋଟ୍‌ରେ ପରାସ୍ତ କରିଥିଲେ । ସେହିପରି ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟ୍‌ ବ୍ୟବଧାନରେ ହରାଇ ବଡ଼ ରାଜନୀତିକ ସଫଳତା ହାସଲ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score