Explore

Search

May 7, 2026 9:07 pm

ନଦୀ କୋଳରେ କଟକ, ତଥାପି ପାଣି ପାଇଁ ହାହାକାର !

କଟକ : ପାନୀୟ ଜଳ ପାଇଁ ହାହାକାର ପଡ଼ିଲାଣି କଟକ ସହର। ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳ ସଙ୍କଟ ଦେଖା ଦେଲାଣି କଟକ।

ଦୁଇଟି ବଡ଼ ନଦୀ ମଧ୍ୟରେ ଅବସ୍ଥିତ କଟକ ସହର ଏବେ ଜଳ ସଙ୍କଟର ଭୟାବହ ସ୍ଥିତିକୁ ମୁହାଁଉଛି । ପାଖରେ ନଦୀ ଥିଲେ ମଧ୍ୟ ସହରବାସୀଙ୍କୁ ପାଣି ପାଇଁ ଚିନ୍ତା କରିବାକୁ ପଡ଼ୁଛି । ଦିନକୁ ଦିନ ଭୂତଳ ଜଳସ୍ତର କମିବାରୁ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ବଢ଼ିଛି ।

ଏପଟେ ସହରରେ ଜନସଂଖ୍ୟା ବଢ଼ିବା ସହ ଗଛ କଟା ଯାଉଛି ଏବଂ କଟକ ଧୀରେ ଧୀରେ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଉଛି । ବର୍ଷା ଜଳ ସଂରକ୍ଷଣ ପାଇଁ ସଠିକ୍ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ସିଧାସଳଖ ନଦୀ ଦେଇ ସମୁଦ୍ରକୁ ବହିଯାଉଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ କାର୍ଯ୍ୟକରିତ ‘ଆମ ପୋଖରୀ’ ଯୋଜନା ମଧ୍ୟ ଏବେ ଫଳହୀନ ହୋଇପଡ଼ିଛି ।

ଏହି ପରିସ୍ଥିତିରେ ଦାୟିତ୍ୱ ନେବା ପରିବର୍ତ୍ତେ ପରସ୍ପର ଉପରେ ଦୋଷ ଦେବାର ରାଜନୀତି ଚାଲିଛି । ମେୟର ସୁବାସ ସିଂ ଜିଲ୍ଲା ପ୍ରଶାସନକୁ ଦାୟୀ କରୁଥିବା ବେଳେ ସାଧାରଣ ଲୋକ ପାଣି ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ।

ସମୟ ଥାଉ ଥାଉ ଯଦି ସଚେତନ ପଦକ୍ଷେପ ନିଆଯିବ ନାହିଁ, ତେବେ ଆଗାମୀ ପିଢ଼ି ପାଇଁ ପାଣିର ଭୟାବହ ସଙ୍କଟ ସୃଷ୍ଟି ହେବ । ସେଥିପାଇଁ ଜନସାଧାରଣ ଓ ପ୍ରଶାସନ ମିଶି ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବଢ଼ାଇବା ଦିଗରେ ଏବେଠାରୁ କାମ କରିବା ଆବଶ୍ୟକ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score