ଭୁବନେଶ୍ୱର : ଅଧିକ ସମୟ ବସି ରହିଲେ ହୋଇଯିବେ ବୁଢ଼ା। କଥା ଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଜିର ସମୟରେ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ଲୋକମାନେ ବେଶ ଗୁରୁତ୍ୱ ଦେଉଛନ୍ତି । ମଦ୍ୟପାନ ଛାଡ଼ିବା, ଜଙ୍କ୍ ଫୁଡ୍ରୁ ଦୂରେଇ ରହିବା ଓ ନିଜକୁ ଫିଟ୍ ରଖିବା ପ୍ରୟାସ ଦିନକୁ ଦିନ ବଢ଼ୁଛି। ତଥାପି, ଏହା ସତ୍ତ୍ୱେ କିଛି ସାଧାରଣ ଦୈନନ୍ଦିନ ଅଭ୍ୟାସ ଆମ ଧ୍ୟାନରୁ ଦୂରେଇଯାଏ । ଯାହା ଆସ୍ତେ ଆସ୍ତେ ଆମର ଶରୀରକୁ ପ୍ରଭାବିତ କରିଥାଏ ।
ବୟସ ବଢ଼ିବା କେବଳ ବାହାରୁ ଦେଖାଯାଉଥିବା କୁଞ୍ଚନ କିମ୍ବା ଧଳା କେଶରେ ନୁହେଁ, ଏହା ଶରୀରର ଭିତରେ କୋଷୀୟସ୍ତରରେ ମଧ୍ୟ ଘଟେ। ଦୀର୍ଘ ସମୟ ଧରି ବସି ରହିଲେ ଆପଣ ଶୀଘ୍ର ବୁଢା ହୋଇଯିବେ । ଏକଥା ଏକ ଗବେଷଣାରୁ ପ୍ରକାଶ । ବସି ରହିବା ଏକ ମୁଖ୍ୟ ଅଭ୍ୟାସ । ଯାହା ଶରୀରର ମେଟାବୋଲିଜମକୁ ଧୀର କରିଦିଏ ଏବଂ ବୟସ ବଢ଼ିବା ପ୍ରକ୍ରିୟାକୁ ତେଜ କରେ। ଯଦି ଦିନକୁ ଅଧିକ ସମୟ ବସି ରହନ୍ତି ଏବଂ କୌଣସି ଶାରୀରିକ ପରିଶ୍ରମ ନକରନ୍ତି ତେବେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ଦେଖା ଦେଇ ପାରେ।
ସେହିପରି, ଯଥେଷ୍ଟ ନିଦ୍ରା ନହେବା ମଧ୍ୟ ଶରୀର ପାଇଁ ହାନିକାରକ। ଶରୀରକୁ ପୁନରୁତ୍ଥାନ ଓ ଶକ୍ତି ପାଇଁ ଭଲ ନିଦ୍ରା ଆବଶ୍ୟକ, କିନ୍ତୁ ଏହାକୁ ଅଣଦେଖା କଲେ ଦୀର୍ଘକାଳୀନ ଅସୁସ୍ଥତା ଦେଖାଦେଇପାରେ । ସେହିପରି ନିରନ୍ତର ଚାପ, ଯାହା ଶରୀରର ହର୍ମୋନ ସମତାକୁ ଭଙ୍ଗ କରି ଚର୍ମ ଓ ଅନ୍ୟ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଏ।
ଆଧୁନିକ ଜୀବନରେ ସ୍କ୍ରିନର ଅତ୍ୟଧିକ ବ୍ୟବହାର ମଧ୍ୟ ଏକ ଚିନ୍ତାର ବିଷୟ। ଦୀର୍ଘ ସମୟ ମୋବାଇଲ କିମ୍ବା ଲାପଟପ୍ ଦେଖିବା ନିଦ୍ରାକୁ ବାଧା ଦେଇଥାଏ ଏବଂ ଚର୍ମରେ ପ୍ରଭାବ ପକାଏ। ଏହାସହିତ କମ ପାଣି ପିଇବା ଶରୀରର ସାଧାରଣ କାର୍ଯ୍ୟକୁ ଧୀର କରିଦେଇ ଚର୍ମକୁ ନିର୍ଜ୍ଜୀବ କରିଥାଏ।
ଖାଦ୍ୟ ଅଭ୍ୟାସ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ଚିନି ଓ ପ୍ରସେସଡ ଖାଦ୍ୟ ଖାଇବା ଶରୀରରେ ଅନିଚ୍ଛନୀୟ ପରିବର୍ତ୍ତନ ଆଣି ଚର୍ମର ନମନୀୟତା କମାଇଦିଏ। ଏହାସହିତ ଷ୍ଟ୍ରେନ୍ଥ ଟ୍ରେନିଂକୁ ଅବହେଳା କଲେ ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ଶରୀର ଶୀଘ୍ର କ୍ଲାନ୍ତ ଲାଗେ।
ସେହିପରି, ସୁସ୍ଥ ରହିବା ପାଇଁ କେବଳ ଭଲ ଖାଦ୍ୟ ଓ ଅଭ୍ୟାସ ହେଲେ ହେବ ନାହିଁ, ଏହି ଛୋଟ ଛୋଟ ଦୈନନ୍ଦିନ ଅଭ୍ୟାସଗୁଡ଼ିକୁ ମଧ୍ୟ ସୁଧାରିବା ଆବଶ୍ୟକ । ଯାହାଫଳରେ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ଯୁବ ରହିପାରିବା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
