Explore

Search

April 20, 2026 8:06 pm

ଅକ୍ଷୟ ତୃତୀୟାରେ ଚାଷୀଙ୍କ ପାଇଁ ବଡ଼ ଉପହାର : ସିଏମ କିଷାନ ଯୋଜନାରେ ହଜାର କୋଟିର ସହାୟତା ବଣ୍ଟନ

ଭୁବନେଶ୍ୱର : ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ରାଜ୍ୟର ଲକ୍ଷାଧିକ ଚାଷୀଙ୍କ ପାଇଁ ସରକାର ଏକ ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଦିନରେ ମୋଟ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ (ଡିବିଟି) ମାଧ୍ୟମରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଅନୁଦାନ ହସ୍ତାନ୍ତର କରାଯାଇଛି । ଏହା ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ କୃଷି କାର୍ଯ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ, ଗତ ସେପ୍ଟେମ୍ବର ମାସରେ ମଧ୍ୟ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଏହି ଯୋଜନା ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ତେବେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ପଷ୍ଟ କରି କହିଛନ୍ତି ଯେ, ଯେଉଁ ଚାଷୀମାନେ ସରକାର ନିର୍ଦ୍ଧାରିତ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରିନାହାଁନ୍ତି, ସେମାନେ ଏହି ସହାୟତାରୁ ବାଦ ପଡ଼ିଛନ୍ତି । ବିଶେଷ କରି କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ବର ସଂଯୋଜନ, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ଓ ଇ-କେୱାଇସି ଅଦ୍ୟତନ ନଥିବା ଯୋଗୁଁ ଅନେକ ଚାଷୀଙ୍କ ଖାତାକୁ ଟଙ୍କା ପହଞ୍ଚିପାରିନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ଚାଷୀମାନେ ଏହି ଆବଶ୍ୟକୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାଁନ୍ତି, ସେମାନେ ନିଜ ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯାଇ ସବୁ ତଥ୍ୟ ଅଦ୍ୟତନ କରିଲେ, ଆଗାମୀ ଚରଣରେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ।

ଏହି ପଦକ୍ଷେପ ରାଜ୍ୟର କୃଷି ମଞ୍ଚକୁ ଶକ୍ତିଶାଳୀ କରିବା ସହ ଚାଷୀଙ୍କ ଜୀବନମାନ ଉନ୍ନତିରେ ଏକ ମୂଲ୍ୟବାନ ଭୂମିକା ନିଭାଇବ ବୋଲି ମତ ପ୍ରକାଶ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score