Explore

Search

September 3, 2026 1:10 pm

ସରିଲା ସୁଭଦ୍ରା ପଞ୍ଜୀକରଣ ଆବେଦନ : ଆଉ ମିଳିବନି ସୁଯୋଗ

ଭୁବନେଶ୍ୱର : ପୁଣି ଆସିଛି ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଅପଡେଟ୍। ଖୁବଶୀଘ୍ର ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ୫ମ କିସ୍ତି । ଏହାସହିତ ନୂତନ ଆବେଦନକୁ ନେଇ ମଧ୍ୟ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

ରାଜ୍ୟ ସରକାରଙ୍କ ମୁଖ୍ୟ ଯୋଜନା ‘ସୁଭଦ୍ରା’ ଅଧୀନରେ ପୂର୍ବରୁ ୪ଟି କିସ୍ତି ହିସାବରେ ମୋଟ ୨୦ ହଜାର ଟଙ୍କା ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ପହଞ୍ଚି ସାରିଛି । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏବେ ସମସ୍ତଙ୍କ ଦୃଷ୍ଟି ୫ମ କିସ୍ତି ଉପରେ । ସରକାରଙ୍କ ପକ୍ଷରୁ ଏହାକୁ ଶୀଘ୍ର ଜାରି କରାଯିବ ବୋଲି ସୂଚନା ମିଳୁଛି।

ଅନ୍ୟପଟେ, ନୂତନ ପଞ୍ଜୀକରଣ ପାଇଁ ଆଜି ଥିଲା ଶେଷ ସୁଯୋଗ। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ ଏପ୍ରିଲ ୩୦ରେ ସମାପ୍ତ ହୋଇଛି। ଯେଉଁମାନେ ଆଜି ଆବେଦନ କରି ପାରିନାହାଁନ୍ତି, ସେମାନଙ୍କୁ ଆଉ ଏହି ସୁଯୋଗ ମିଳିବ ନାହିଁ।

୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ସରକାର ପୂର୍ବରୁ କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇଥିବାବେଳେ, ପୁନଃ ସମୀକ୍ଷା ପରେ କିଛି ହିତାଧିକାରୀଙ୍କୁ ପୁଣି ଯୋଜନାରେ ସାମିଲ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score