ବିଶ୍ୱର ପ୍ରସିଦ୍ଧ ଉଦ୍ୟୋଗପତି ଏବଂ ବିଦ୍ୟୁତ ଗାଡ଼ି ନିର୍ମାଣ କମ୍ପାନୀ ଟେସଲାର ମୁଖ୍ୟ ଏଲନ ମସ୍କ ଏଆଇର ଭବିଷ୍ୟତକୁ ନେଇ ଗଭୀର ଚେତାବନୀ ଦେଇଛନ୍ତି । ଆମେରିକାର କାର୍ଲିଫର୍ନିଆର ଏକ ଅଦାଲତରେ ଚାଲିଥିବା ମାମଲା ସମୟରେ ସେ କହିଥିଲେ ଯେ, ଏହି ଏଆଇ କୃତିମ ବୁଦ୍ଧିମତ୍ତା ମଣିଷ ପାଇଁ ବହୁତ ଉପକାରୀ ହୋଇପାରେ, କିନ୍ତୁ ଯଦି ଠିକ୍ ଭାବରେ ନିୟନ୍ତ୍ରଣ ହେବ ନାହିଁ, ତେବେ ଏହା ବଡ଼ ବିପଦ ମଧ୍ୟ ହୋଇପାରେ।
ସେ ଉଦାହରଣ ଦେଇ କହିଥିଲେ ଯେ, ଆମେ ଏମିତି ଏକ ଭବିଷ୍ୟତ ଦିଗରେ ଯିବା ଉଚିତ୍ ନୁହେଁ, ଯେଉଁଠାରେ ଏକ ଅପ୍ରାକୃତିକ ଯନ୍ତ୍ର ମଣିଷଙ୍କୁ ନିୟନ୍ତ୍ରଣ କରିବ। ବରଂ ଆମକୁ ଏକ ସୁନ୍ଦର ଓ ଆଶାଭରା ସମାଜ ଗଢ଼ିବା ଉଚିତ୍, ଯେଉଁଠାରେ ମଣିଷ ଓ ଯନ୍ତ୍ର ମିଶିକରି କାମ କରିବେ। ମସ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଯେଉଁ ସଂସ୍ଥା ଆରମ୍ଭରେ ସମସ୍ତଙ୍କ ଭଲ ପାଇଁ ଖୋଲା ଭାବରେ କାମ କରିବାକୁ ଥିଲା, ସେହି ସଂସ୍ଥା ଏବେ ଲାଭ ଏବଂ ପ୍ରଭାବ ପଛରେ ଧାଉଛି।
ସେ ଆଉ କହିଛନ୍ତି ଯେ, ଆଗାମୀ ସମୟରେ ଏହି ବୁଦ୍ଧିମତା ମଣିଷର ବୁଦ୍ଧିକୁ ମଧ୍ୟ ଅତିକ୍ରମ କରିପାରେ। ତେଣୁ ଆମେ ଆଗରୁ ସଚେତନ ହୋଇ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରିବା ଆବଶ୍ୟକ।
ଅନ୍ୟପଟେ, ସେହି ସଂସ୍ଥା ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସେମାନଙ୍କ ଅଧିବକ୍ତାମାନେ କହିଛନ୍ତି ଯେ, ବିଶ୍ୱରେ ତାଙ୍କର ନୂତନ ସେବାର ବ୍ୟାପକ ସଫଳତା ଦେଖି ମସ୍କ ଅସନ୍ତୁଷ୍ଟ ହୋଇ ଏପରି କଥା କହୁଛନ୍ତି। ବ୍ୟବସାୟିକ ପ୍ରତିସ୍ପର୍ଦ୍ଧା ଯୋଗୁଁ ସେ ଏହିପରି ଭୟ ସୃଷ୍ଟିକାରୀ ମତ ଦେଉଥିବା ଦାବି କରାଯାଇଛି।
ଏପରି ସମୟରେ ମସ୍କ ନିଜର ମନୁଷ୍ୟ ମସ୍ତିଷ୍କ ସହିତ ଏଆଇକୁ ଯୋଡ଼ିବା ପ୍ରୟାସ ମାଧ୍ୟମରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଥିବା କହିଛନ୍ତି। ଏହି ଦୁଇ ପକ୍ଷର ଆଇନ ଲଢ଼େଇ ଏବେ ସମଗ୍ର ବିଶ୍ୱରେ ବଡ଼ ଆଲୋଚନାର ବିଷୟ ହୋଇଯାଇଛି ଏବଂ ଏହା ଭବିଷ୍ୟତର ଏଆଇ ଦିଗକୁ ନୂଆ ଦିଗ ଦେଇପାରେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
