Explore

Search

March 1, 2026 8:55 pm

ସୁନୀତାଙ୍କ ରେସ୍କ୍ୟୁକୁ ନେଇ ଆସିଲା ଖୁସି ଖବର: Crew-9 ଯୋଗେ ପୃଥିବୀ ଫେରିବେ ସୁନୀତା ଓ ସହଯୋଗୀ ୱିଲମୋର

sunita williams

ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ Crew-9 କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିଛି। ବାତ୍ୟା ହେଲିନ ପାଇଁ ଗତ ସେପ୍ଟେମ୍ବର 26 ତାରିଖରେ ଏହି ମିଶନ ଲଞ୍ଚ ହୋଇପାରିନଥିଲା। ତେବେ ଆଜି ଭାରତୀୟ ସମୟ ରାତି 10ଟା 47ମିନିଟରେ ଏହି ମିଶନ ଲଞ୍ଚ ହେବାକୁ ଯାଉଛି । ଏଥି ଲାଗି ନାସା ଓ ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ SpaceX ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ତେବେ ସୂଚନା ଥାଉକି ପୂର୍ବରୁ Crew-9 ମିଶନ ଲାଗି ସେପ୍ଟେମ୍ବର 26 ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ହଠାତ ବାତ୍ୟା ହେଲିନ ଯୋଗୁଁ ଏହାକୁ ସ୍ଥଗିତ ରଖାଗଲା। ଏହି ମିଶନର ସ୍ପେଶକ୍ରାଫ୍ଟ କାପେ କାନଭେରାଲରୁ ଲଞ୍ଚ ହେବାର ଥିଲା, ମାତ୍ର ଏଠାରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବାରୁ ଏହି ମିଶନ ଲଞ୍ଚ ତାରିଖକୁ ଆଜି (ଶନିବାର)କୁ ଘୁଞ୍ଚାଯାଇଥିଲା ।

ଏଥିପାଇଁ ପ୍ରସ୍ତୁତ ରହିଛି Crew-9 ଯାହାକୁ ଐତିହାସିକ ବୋଲି କୁହାଯାଉଛି କାରଣ ଏହି ମିଶନ ଟି ମନୁଷ୍ୟ କୁ ନେଇ ଯାତ୍ରା କରିବ। ଏହି ସ୍ପେଶକ୍ରାଫ୍ଟରେ 4ଟି ସିଟ୍‌ ଥିବା ବେଳେ 2ଟି ସିଟ୍‌ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋରଙ୍କ ପାଇଁ ଖାଲି ରହିଛି। ଆସନ୍ତା ବର୍ଷ 2025 ଫେବୃଆରୀରେ ଏହି ସ୍ପେଶକ୍ରାଫ୍ଟରେ ପୃଥିବୀ ଫେରିବେ ସୁନୀତା ଓ ସହଯୋଗୀ ୱିଲମୋର ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score