Explore

Search

September 4, 2026 7:08 pm

ନୀଳ ଜିନ୍ସ ପିନ୍ଧିଲେ ମିଳିବ ଜେଲ ଦଣ୍ଡ

ଦୁନିଆର ଅଧିକାଂଶ ଅଞ୍ଚଳରେ ବ୍ଲୁ ଡେନିମ୍ ପ୍ୟାଣ୍ଟ ପିନ୍ଧିବା ଏକ ସାଧାରଣ ଫ୍ୟାଶନ। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଏହି ପୋଷାକ ପିନ୍ଧିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେଠାରେ ବ୍ଲୁ ଜିନ୍ସ ପିନ୍ଧିବା ଉପରେ କଠୋର ନିଷେଧ ଲାଗୁ ଅଛି । ତେବେ ଏହି ଦେଶଟି ଭାରତ ନୁହେଁ, ବରଂ ଏହା ହେଉଛି ଉତ୍ତର କୋରିଆ।

ଏଠାରେ ବ୍ଲୁ ଜିନ୍ସ କେବଳ ଫ୍ୟାଶନ ନୁହେଁ, ଏହାକୁ ପାଶ୍ଚାତ୍ୟ ଦେଶମାନଙ୍କର ପ୍ରଭାବ ଓ ପୁଞ୍ଜିବାଦର ପରିଚୟ ଭାବେ ଦେଖାଯାଏ । ଏଠିକାର ସରକାର ଏହାକୁ ଆମେରିକୀୟ ସଂସ୍କୃତିର ପ୍ରତୀକ ବୋଲି ମନେ କରିଛନ୍ତି । ସେଥିପାଇଁ ଏହାକୁ ନିଷେଧ କରାଯାଇଛି ।

ଏହି ନିୟମ ଉଲ୍ଲଂଘନ କରିଲେ ମିଳିବ ଦଣ୍ଡ। ଏପରିକି ଲୋକମାନେ ଧରାପଡ଼ିଲେ ଜୋରିମାନା, ସାମାଜିକ ଦଣ୍ଡ ଅଥବା କାରାବାସ ପର୍ଯ୍ୟନ୍ତ ଭୋଗି ପାରନ୍ତି। ତେଣୁ ଏହି ନିୟମକୁ ଉତ୍ତର କୋରିଆରେ କଡ଼ା ଭାବରେ ପାଳନ କରାଯାଉଛି।

ସେହିପରି ଏଠାରେ ପୋଷାକ ସହିତ ହେୟାର ଷ୍ଟାଇଲ ଉପରେ ମଧ୍ୟ କଡା ନିୟମ ଜାରି ହୋଇଛି। ମହିଳାମାନଙ୍କ ପାଇଁ ପ୍ରାୟ ୧୮ ପ୍ରକାର ଓ ପୁରୁଷମାନଙ୍କ ପାଇଁ ୧୦ ପ୍ରକାର ହେୟାର ଷ୍ଟାଇଲ ନିର୍ଦ୍ଧାରିତ। ଏହାର ବାହାରେ କୌଣସି ଷ୍ଟାଇଲ ଅନୁମତି ନାହିଁ। ସେହିପରି, ଟାଇଟ୍ ଜିନ୍ସ, ଫାଟିଥିବା ଡେନିମ୍ ଏବଂ କୌଣସି ପ୍ରକାର ଅତର ବ୍ୟବହାର ଉପରେ ନିଷିଦ୍ଧ କରାଯାଇଛି।

ତଥାପି ସମସ୍ତ ପ୍ରକାର ଡେନିମ୍ ଉପରେ ନିଷେଧ ନାହିଁ। କିଛି ସୂଚନା ଅନୁସାରେ କଳା ରଙ୍ଗର ଜିନ୍ସ ପିନ୍ଧିବାକୁ ଅନୁମତି ରହିଛି, କାରଣ ଏହାକୁ ପାଶ୍ଚାତ୍ୟ ପ୍ରଭାବ ସହିତ ଯୋଡ଼ାଯାଏ ନାହିଁ। ତେବେ ଏହା କେବଳ ସ୍ଥାନୀୟ ଲୋକଙ୍କ ପାଇଁ ନୁହେଁ ଏଠାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହି ନିୟମ ଗୁଡ଼ିକୁ ମାନିବାକୁ ବାଧ୍ୟ। ବିଶେଷକରି ସ୍ମାରକ ସ୍ଥଳରେ ବ୍ଲୁ ଜିନ୍ସ ପିନ୍ଧିବାକୁ ଅସମ୍ମାନଜନକ ବୋଲି ଧରାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score