୨୦୨୭ରେ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ଭାରତ। ପୂର୍ବରୁ ଶ୍ରୀଲଙ୍କାକୁ ମିଳିଥିବା ଆୟୋଜନ ଅଧିକାରକୁ ଭାରତକୁ ସ୍ଥାନାନ୍ତର କରିବାକୁ ଆଇସିସି ବୋର୍ଡ ନିଷ୍ପତ୍ତି ନେଇଛି। ଶାସନ ସମ୍ବନ୍ଧୀୟ ଚିନ୍ତା ଏବଂ ଆୟୋଜକ ମୂଲ୍ୟାୟନ ପ୍ରକ୍ରିୟା ପରେ ଏହି ନିଷ୍ପତ୍ତି ହୋଇଛି।
ଟି-୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୨୭ ଫେବୃଆରୀ ୧୪ରୁ ୨୮ ମଧ୍ୟରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଭାଗ ନେବେ ଏବଂ ୧୬ଟି ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି-୨୦ ଟିମ୍ ର୍ୟାଙ୍କିଂ ଆଧାରରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିଛନ୍ତି।
ମୁମ୍ବାଇର କ୍ରିକେଟ କ୍ଲବ ଅଫ ଇଣ୍ଡିଆ ଏବଂ ବଡ଼ୋଦରା ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ସମସ୍ତ ୬ଟି ଦଳ ଲିଗ୍ ପର୍ଯ୍ୟାୟରେ ପରସ୍ପର ବିପକ୍ଷରେ ଖେଳିବେ। ଏହାପରେ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍ରେ ମୁହାଁମୁହିଁ ହେବେ।
ଭାରତ ବ୍ୟତୀତ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପ୍ରସ୍ତାବ ଆସିଥିଲା। ତେବେ ମୂଲ୍ୟାୟନ ପରେ ଭାରତ ସଫଳ ବିଡର୍ ଭାବେ ଉଭା ହୋଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
