Explore

Search

April 17, 2026 4:44 pm

ସରିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା : ୨୦ କୋଟି ଟଙ୍କାର ହେଲା ଧାର୍ମିକ ବ୍ୟବସାୟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାର ଶୁଭ ସମାପନ ହୋଇଛି । ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ମେରୁଯାତ୍ରା ଅବସରରେ ଏହି ଆଧ୍ୟାତ୍ମିକ ପରମ୍ପରା ଉଦଯାପିତ ହୋଇଯାଇଛି । ପ୍ରାୟ ତିନି ସପ୍ତାହ ଧରି ଜିଲ୍ଲାର ଗାଁ ଓ ସହର ଅଞ୍ଚଳରେ ଚାଲିଥିବା ଦଣ୍ଡନୃତ୍ୟ ଶେଷ ହୋଇଛି ।

ମହାବିଷୁବ ସଂକ୍ରାନ୍ତି ଦିନ ଗଞ୍ଜାମର ବିଭିନ୍ନ ଦଣ୍ଡକାଳୀ ମନ୍ଦିର ସମ୍ମୁଖରେ ମେରୁଯାତ୍ରା ଆୟୋଜିତ ହୋଇଥାଏ । ଚୈତ୍ର ମାସ ଆସିଲେ ଏହି ପାରମ୍ପରିକ ନୃତ୍ୟ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଦେଖିବାକୁ ମିଳେ। ସାଧାରଣତଃ ଏହା ୧୩, ୧୮ କିମ୍ବା ୨୧ ଦିନ ଧରି ନିୟମ ଓ ନିଷ୍ଠାର ସହ ପାଳନ କରାଯାଏ।

ଯାତ୍ରାର ଶେଷ ଦିନରେ ମନ୍ଦିର ସମ୍ମୁଖରେ ମେରୁଖୁଣ୍ଟ ପ୍ରତିଷ୍ଠା କରାଯାଇଥାଏ । ମାନସିକ ନିଷ୍ଠାରେ ଲିପ୍ତ ଦଣ୍ଡୁଆମାନେ ପ୍ରଥମେ ଧୂଳିଦଣ୍ଡ ପ୍ରଦର୍ଶନ କରି, ପରେ ମା’ଙ୍କ ପ୍ରତିକ ପ୍ରଭାକୁ ନେଇ ପୂଜାର୍ଚ୍ଚନା କରନ୍ତି । ଏହାସହିତ, ବ୍ରତରତ ପାଟଭୁକ୍ତାଙ୍କୁ ପରମ୍ପରା ଅନୁଯାୟୀ ମେରୁଖୁଣ୍ଟରେ ତିନିଥର ଝୁଲାଇବା ରୀତି ମଧ୍ୟ କରାଯାଏ ।

ଏହି ଅବସରରେ ମେରୁଯାତ୍ରା ପଡ଼ିଆରେ ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ଭିଡ଼ ଲାଗିଥାଏ। ଦଣ୍ଡନୃତ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗଞ୍ଜାମ ଓ ପାଖପାଖି ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ଗଢ଼ିଉଠେ।

ଏହାସହିତ ଏହି ଯାତ୍ରା ଅବସରରେ ବ୍ୟବସାୟ ମଧ୍ୟ ଚାଲିଥାଏ। ବାନା, ପିଞ୍ଛ, ଧୂପ, ଝୁଣା, ନବାତ, ମୁଗଜାଇ ଓ ଫୁଲମାଳ ଭଳି ବିଭିନ୍ନ ପୂଜା ସାମଗ୍ରୀର ବିକ୍ରି ହୋଇଥାଏ। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଏହି ସମୟରେ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥାଏ, ଯାହା ଏହି ପାରମ୍ପରିକ ଉତ୍ସବକୁ ଆର୍ଥିକ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କରିଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score