Explore

Search

April 11, 2026 10:21 pm

ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର : ସବୁ ଘରକୁ ହେବ ପିଏନଜି ସଂଯୋଗ

ବ୍ରହ୍ମପୁର : ଏଣିକି ଆଉ ରହିବନି ଗ୍ୟାସ ଭରିବାର ଚିନ୍ତା। ଏଥର ଘରେ ଘରେ ହେବ ପିଏନଜି ସଂଯୋଗ । ଏଭଳି ପଦକ୍ଷେପ ଆରମ୍ଭ ହୋଇଛି ଏବେ ବ୍ରହ୍ମପୁର ସହରରେ। ଯାହା ବ୍ରହ୍ମପୁରବାସୀଙ୍କ ଚିନ୍ତାକୁ ଦୁରେଇ ଦେଇଛି । ସହରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ପାଇପଲାଇନ୍‌ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସୁବିଧା। ଏହା ଚାଲୁ ହେଲେ ଘରେ ଘରେ ସିଧାସଳଖ ଗ୍ୟାସ ପହଞ୍ଚିବ। ଯେଉଁଥିରେ ସମୟ ବି କମିବା ସହ ଗ୍ୟାସ ସରିଯିବାର ଭୟ ବି ରହିବ ନାହିଁ । ତେବେ ଏହି ପଦକ୍ଷେପ ସହରର ଆଧୁନିକ ଢାଞ୍ଚାକୁ ଆହୁରି ମଜବୁତ କରିବା ସହ ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବ ବୋଲି ଆଶା କରାଯାଉଛି ।

ଗତ ୪ ବର୍ଷ ତଳେ ଏହି ପିଏନଜି ପାଇଁ ମାଟି ତଳେ ପାଇପ ଲାଇନ ପକା ଯାଇଥିବା ବେଳେ ଏବେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଏବେ ଘରେ ଘରେ ପାଇପ ଲାଇନ ସଂଯୋଗ କରାଯାଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ସହର ଉପକଣ୍ଠ ଭାବିନିପୁର ଓ ଲୋଚାପଡ଼ାରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସରେ ବ୍ରହ୍ମପୁର ସହରର ସମସ୍ତ ଘରକୁ ପିଏନଜି ଗ୍ୟାସ ସଂଯୋଗ କରିବାକୁ ଲକ୍ଷ ରଖାଯାଇଛି ।

ଏହା ଲାଗୁ ହେଲେ ମିଟର ହିସାବରେ ଗ୍ରାହକମାନେ ଦେୟ ଦେବେ। ଏଥିପାଇଁ ଗ୍ରାହକ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୫ଶହ ଟଙ୍କା ଜମା କରିବେ। ଏହାପରେ ସେମାନଙ୍କ ରୋଷେଇ ଘରକୁ ସିଧା ପିଏନଜି ପାଇପ ଲାଇନ ସଂଯୋଗ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score