Explore

Search

March 24, 2026 1:52 am

କ୍ୟାବିନ କ୍ରୁଙ୍କ ପାଇଁ କଡ଼ା ନିୟମ : ଓଜନ ବଢିଲେ କଟିବ ଦରମା

କ୍ୟାବିନ କ୍ରୁଙ୍କ ପାଇଁ ଆସିଲା କଡ଼ା ନିୟମ । ଏଣିକି ଓଜନ ବଢିଲେ କଟିବ ଦରମା । ଭାରତର ପ୍ରମୁଖ ବିମାନ ସେବା ସଂସ୍ଥା ଏଆର ଇଣ୍ଡିଆ ପକ୍ଷରୁ କ୍ୟାବିନ କ୍ରୁଙ୍କ ପାଇଁ କଡ଼ା ଫିଟନେସ ନୀତି ଲାଗୁ କରାଯାଇଛି । ଏହି ନୂତନ ନୀତିରେ କର୍ମଚାରୀଙ୍କ ଶାରୀରିକ ସ୍ଥିତିକୁ ଗୁରୁତ୍ୱ ଦେଇ ତାଙ୍କର ଓଜନ ନିୟନ୍ତ୍ରଣକୁ ଆବଶ୍ୟକ ମାନଦଣ୍ଡ ଭାବେ ଧରାଯାଇଛି ।

ନୀତି ଅନୁଯାୟୀ, କ୍ୟାବିନ କ୍ରୁଙ୍କ Body Mass Index (BMI) ନିର୍ଦ୍ଧାରିତ ସୀମାଭିତରେ ରହିବା ବାଧ୍ୟତାମୂଳକ । ଯଦି କୌଣସି କ୍ରୁ ସଦସ୍ୟଙ୍କ BMI ଏହି ସୀମାରୁ ବାହାରେ ଯାଏ, ତେବେ ସେମାନଙ୍କୁ ଡ୍ୟୁଟି ତାଲିକାରୁ ବିଚ୍ଛିନ୍ନ କରାଯାଇପାରିବ। ଏହାସହିତ ସେମାନଙ୍କ ଦରମା ଉପରେ ମଧ୍ୟ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ।

ସଂସ୍ଥା ପକ୍ଷରୁ ଜଣାପଡ଼ିଛି ଯେ, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି କ୍ୟାବିନ କ୍ରୁଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ପ୍ରୋତ୍ସାହନ ଦେବା ଏବଂ ସେବା ଗୁଡିକୁ ଅଧିକ ଉନ୍ନତ କରିବା। ତେଣୁ ଏହି ନୂତନ ନିୟମ ଏବେ କ୍ରୁଙ୍କ ପେଶାଗତ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି ନୂତନ ନିୟମ ଗୁଡ଼ିକ ମେ ୧ ତାରିଖରୁ କାର୍ଯ୍ୟକାରୀ ହେବ ।

ନୂତନ ନିୟମ ଅନୁସାରେ, ୧୮ରୁ ୨୪.୯ ମଧ୍ୟରେ BMI ଥିବାକୁ ସଠିକ ଏବଂ ସ୍ୱାସ୍ଥ୍ୟକର ମନାଯିବ। ଯଦି କୌଣସି କ୍ରୁ ସଦସ୍ୟଙ୍କ BMI ୧୮ରୁ କମ ରହେ ସେଥିରେ ସେମାନଙ୍କୁ କମ ଓଜନ ଶ୍ରେଣୀରେ ଗଣାଯିବ। ତଥାପି, ଏମିତି କ୍ରୁ ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବେ ଅଯୋଗ୍ୟ ମନାଯିବେ ନାହିଁ । ସେମାନଙ୍କୁ ଡାକ୍ତରୀ ପରୀକ୍ଷା ସହିତ ଏକ ବିଶେଷ ଫିଟନେସ ଟେଷ୍ଟ ଦେଇ ପାସ କରିବାକୁ ପଡ଼ିବ, ତାହା ପରେ ମାତ୍ର ସେମାନେ ଡ୍ୟୁଟି ପାଇଁ ଯୋଗ୍ୟ ହେବେ।

କେଉଁମାନେ ଯିବେ ଓଭରୱେଟରେ ?

ଯେଉଁମାନଙ୍କର BMI ୨୫ରୁ ୨୯.୯ ମଧ୍ୟରେ ଥାଏ ସେମାନଙ୍କୁ ଓଜନ ଅଧିକ ବୋଲି ବିବେଚନା କରାଯିବ । ଏହି ରେଞ୍ଜ ଭିତରେ ଥିବା କ୍ରୁ ସଦସ୍ୟମାନଙ୍କୁ ଏବେ ବି କାମ କରିବାକୁ ଅନୁମତି ଦିଆଯାଇପାରେ । କିନ୍ତୁ ସେମାନଙ୍କୁ ଏକ କାର୍ଯ୍ୟକ୍ଷମ ମୂଲ୍ୟାଙ୍କନ ପାସ କରିବାକୁ ପଡ଼ିବ । ତଥାପି ୩୦ କିମ୍ବା ତା’ଠାରୁ ଅଧିକ BMI ମୋଟା ବୋଲି ଶ୍ରେଣୀଭୁକ୍ତ କରାଯିବ ଏବଂ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାକୁ ଗ୍ରହଣ କରାଯିବ ନାହିଁ ।

ଏହାସହିତ, କମ ଓଜନ କିମ୍ବା ଅଧିକ ଓଜନ ଥିବା କ୍ୟାବିନ କ୍ରୁଙ୍କୁ ଡ୍ୟୁଟି ତାଲିକାରୁ ବାହାର କରିଦିଆଯିବ । ଏକ ‘କାର୍ଯ୍ୟକ୍ଷମ ମୂଲ୍ୟାଙ୍କନ’ ଦେବାକୁ ପଡ଼ିବ । ଯଦି ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୁଅନ୍ତି, ତେବେ ଆବଶ୍ୟକୀୟ ମାନଦଣ୍ଡ ପୂରଣ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ମେଦବହୁଳ ଭାବରେ ବର୍ଗୀକୃତ କ୍ରୁ ସଦସ୍ୟମାନଙ୍କୁ ତୁରନ୍ତ ଡ୍ୟୁଟିରୁ ବାହାର କରିଦିଆଯିବ ଏବଂ ସେମାନଙ୍କର ଦରମା ବନ୍ଦ କରି ଦିଆଯିବ । ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର BMI ସଂଶୋଧନ କରିବାକୁ ପଡ଼ିବ ।

କର୍ମଚାରୀଙ୍କ ପାଇଁ ଜରୁରୀ ସୂଚନା

କର୍ମଚାରୀଙ୍କ ପାଇଁ ଏକ ବାର୍ତ୍ତାରେ ଏୟାରଲାଇନ୍ସ କହିଛି, “ଏହି ନିୟମର ଲକ୍ଷ୍ୟ ହେଉଛି ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସଠିକ ଓଜନ ବର୍ଗ ବଜାୟ ରଖିବାର ବାର୍ତ୍ତା ଦେବା। ଏହି ନୂତନ ନିୟମ ଗୁଡ଼ିକ ପୂର୍ବ କ୍ୟାବିନ କ୍ରୁ ଏବଂ ତାଲିମ ନେଉଥିବା କ୍ରୁ ଉଭୟଙ୍କ ଉପରେ ଲାଗୁ କରାଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score