Explore

Search

March 18, 2026 10:30 pm

ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନାର ବ୍ରାଣ୍ଡ ଆମ୍ଵାସଡର

ଭୁବନେଶ୍ୱର : ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ଵାସଡର ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଘୋଷଣା ପ୍ରକାଶ ପାଇଛି । ଜନଗଣନା ସମ୍ପର୍କିତ ସଚେତନତାକୁ ଗାଁ ଓ ସହରରେ ପହଞ୍ଚାଇବା ପାଇଁ ସୁଦର୍ଶନଙ୍କ ବିଶିଷ୍ଟ ବାଲୁକା କଳାକୁ ଉପଯୋଗ କରାଯିବ। ସେ ନିଜ ଶିଳ୍ପକଳା ମାଧ୍ୟମରେ ଲୋକମାନଙ୍କୁ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନ କରିବେ ବୋଲି କୁହାଯାଇଛି ।

ସରକାରୀ ସୂଚନା ଅନୁସାରେ, ଦେଶର ପରବର୍ତ୍ତୀ ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହେବ । ଏଥର ଜନଗଣନାରେ ଲୋକମାନଙ୍କର ଜାତି ସହିତ ସାମାଜିକ ଓ ଆର୍ଥିକ ସ୍ଥିତି ତଥ୍ୟକୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି।

ଜନଗଣନା-୨୦୨୭କୁ ଦେଶର ସାମାଜିକ ଓ ରାଜନୀତିକ ପରିପ୍ରେକ୍ଷୀରେ ଏକ ମହତ୍ୱପୂର୍ଣ୍ଣ ମୋଡ଼ ଭାବେ ଦେଖାଯାଉଛି । ଏହା ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ଏବଂ କ୍ଷେତ୍ରୀୟ ସମତୁଳନକୁ ଶକ୍ତିଶାଳୀ କରିବାରେ ଏକ ନୂତନ ଦିଗ ଦେଇପାରେ।

ଏହାସହିତ, ଏହି ଜନଗଣନା ଆଧାରରେ ଭବିଷ୍ୟତରେ ନିର୍ବାଚନୀ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) କରାଯିବା ସମ୍ଭାବନା ରହିଛି । ଏଥିପାଇଁ ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, ଆକାର ଓ ପ୍ରତିନିଧିତ୍ୱରେ ବଡ଼ ପରିବର୍ତ୍ତନ ଆସିପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score