Explore

Search

March 14, 2026 9:14 pm

ଟୁଇନ ସିଟି ଯାତାୟାତରେ ନୂଆ ପରିବର୍ତ୍ତନ : ଗଡିବ ନମୋ ଭାରତ

ଭୁବନେଶ୍ୱର : ଓଡ଼ିଶାର ଟୁଇନ ସିଟି ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଦ୍ରୁତ ରେଳ ପ୍ରଣାଳୀ ଆଣିବା ଉପରେ ବିଚାର କରୁଛନ୍ତି । ଏହି ପ୍ରକଳ୍ପ ଅନୁସାରେ ଦୁଇ ସହରକୁ ସଂଯୋଗ କରିବା ପାଇଁ ‘ନମୋ ଭାରତ’ ରାପିଡ୍ ଟ୍ରେନ ଚଳାଇବାର ପରିକଳ୍ପନା ରହିଛି।

ଟୁଇନ ସିଟିରେ ଦିନକୁ ଦିନ ବଢ଼ୁଥିବା ଯାତାୟାତ ଚାପକୁ କମାଇବା ଓ ସାଧାରଣ ପରିବହନକୁ ଶକ୍ତିଶାଳୀ କରିବା ପାଇଁ ଏହି ରାପିଡ୍ ଟ୍ରେନ ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ପରିକଳ୍ପନା ଅନୁଯାୟୀ, ଭୁବନେଶ୍ୱର–କଟକ ମଧ୍ୟରେ ଏକ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇପାରେ। ଏହି ରୁଟରେ ‘ନମୋ ଭାରତ’ ଟ୍ରେନ ପ୍ରାୟ ପ୍ରତି ୩୦ ମିନିଟରେ ଚାଲିବାକୁ ଯୋଜନା ରହିଛି, ଯାହା ଦୁଇ ସହର ମଧ୍ୟରେ ଯାତ୍ରାକୁ ଅଧିକ ଦ୍ରୁତ ଓ ସୁବିଧାଜନକ କରିପାରିବ।

ରେଳମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ରୁଟରେ ମେଟ୍ରୋ ପ୍ରକଳ୍ପ ଆଣିବାକୁ ହେଲେ ବ୍ୟୟ ବହୁତ ଅଧିକ ହେବ। ସାଧାରଣ ରେଳ ଟ୍ରାକ୍ ନିର୍ମାଣରେ ପ୍ରତି କିଲୋମିଟର ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ମେଟ୍ରୋ ଟ୍ରାକ ପାଇଁ ସେହି ଖର୍ଚ୍ଚ ପ୍ରାୟ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ତେଣୁ କମ ଖର୍ଚ୍ଚରେ ଦ୍ରୁତ ଓ କାର୍ଯ୍ୟକ୍ଷମ ପରିବହନ ବ୍ୟବସ୍ଥା ଦେବା ପାଇଁ ‘ନମୋ ଭାରତ’ ଟ୍ରେନ ଏକ ଉପଯୁକ୍ତ ବିକଳ୍ପ ହେବ ବୋଲି ମତ ପ୍ରକାଶ ପାଇଛି। ଏହି ପ୍ରକଳ୍ପ କାର୍ଯ୍ୟରତ ହେଲେ ଭୁବନେଶ୍ୱର ଓ କଟକ ମଧ୍ୟରେ ଦୈନିକ ଯାତାୟାତ କରୁଥିବା ହଜାର ହଜାର ଲୋକଙ୍କୁ ବହୁତ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score