Explore

Search

February 21, 2026 10:38 pm

କାମଳ ରୋଗ ଆତଙ୍କରେ କଟକ ସହର

କଟକ : କଟକ ସହରରେ ବର୍ତ୍ତମାନ କାମଳ (ଜଣ୍ଡିସ୍) ରୋଗ ନେଇ ଚିନ୍ତା ବଢ଼ିଛି । ସହରର ଶେଖବଜାର ଓ ମାନସିଂ ପାଟଣା ଅଞ୍ଚଳରେ ୨୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଦୂଷିତ ପାନୀୟ ଜଳ ପିଇବାରୁ ଏହି ରୋଗ ବ୍ୟାପିଛି । ଅଭିଯୋଗ ପାଇ ପ୍ରଶାସନ ତୁରନ୍ତ ସଚେତନ ହୋଇଛି । ମଙ୍ଗଳବାର ଦିନ ସିଏମସି ମେୟର, କମିଶନର, ୱାଟକୋ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଟିମ ପ୍ରଭାବିତ ଅଞ୍ଚଳକୁ ଯାଇ ପରିସ୍ଥିତି ଖତିଆନ କରିଛନ୍ତି ।

କଟକ ମହାନଗର ନିଗମର ୧୦ ଓ ୧୨ ନମ୍ବର ୱାର୍ଡରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ଦେଖାଯାଇଛି । ପ୍ରଶାସନ ପକ୍ଷରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଆକ୍ରାନ୍ତ ୨୦ ଜଣଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇଯାଇଛନ୍ତି ବୋଲି ମେୟର ସୂଚନା ଦେଇଛନ୍ତି ।

ତଦନ୍ତ ସମୟରେ କିଛି ସ୍ଥାନରେ ପାଣି ପାଇପ ଫାଟିଥିବା ଓ ସେଠାରୁ ମଇଳା ପାଣି ପସିଥିବା ଜଣାପଡ଼ିଛି । ଡ୍ରେନ୍ ସଫା ନହେବାରୁ ମଧ୍ୟ ସମସ୍ୟା ବଢ଼ିଥିବା କୁହାଯାଉଛି । ଏହି କାରଣରୁ ଲୋକମାନେ ଅଶୁଦ୍ଧ ପାଣି ପିଇବାକୁ ବାଧ୍ୟ ହୋଇଛନ୍ତି ।

ଏବେ ପ୍ରଶାସନ ପକ୍ଷରୁ ଡ୍ରେନ ସଫା କାମ ଓ ପାଣି ଯୋଗାଣ ବ୍ୟବସ୍ଥାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଲାକାରେ କ୍ୟାମ୍ପ କରି ଲୋକମାନଙ୍କ ରକ୍ତ ପରୀକ୍ଷା ଓ ଚିକିତ୍ସା କରୁଛି ।

ସହରବାସୀଙ୍କୁ ଫୁଟ ବା ସିଝା ହୋଇଥିବା ପାଣି ପିଇବାକୁ ଓ ସଫା ସୁତୁରା ରହିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ଦିନରେ ସୁଚିତ୍ର ପାନୀୟ ଜଳଯୋଗାଣ ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଶ୍ୱାସନ ଦିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score