Explore

Search

February 11, 2026 1:42 pm

ଭାଉ ମାରୁଛି ସୁନା, ହାଇଜମ୍ପ ମାରୁଛି ରୂପା : ଦିନକରେ ବଢ଼ିଲା ଆକାଶ ଛୁଆଁ ଦର

ଭୁବନେଶ୍ୱର : ଭାଉ ମାରୁଛି ସୁନା । ଗ୍ରାହକଙ୍କ ଆଖି ଆଗରେ ହାଇଜମ୍ପ ମାରି ଦିନକରେ ବଢିଗଲା ୧୧ ହଜାର ଟଙ୍କା । ଦିନକୁ ଦିନ ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଯାହା ଲାଗିଲାଣି ଆଗକୁ ଆଉ କେହି ସୁନା ଗହଣା କିଣି ପାରିବେନି । ତେବେ ଗୁରୁବାର ଅର୍ଥାତ ଆଜି MCXରେ ବଜାର ଖୋଲିବା ସହିତ ସହିତ ସୁନା ଓ ରୂପାର ଦାମ ହଠାତ ବଢ଼ିଯାଇଛି । ଏହି ଦରବୃଦ୍ଧି ବଜାରରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ପ୍ରଥମଥର ପାଇଁ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୪ ଲକ୍ଷ ଟଙ୍କା ସୀମାକୁ ଅତିକ୍ରମ କରିଥିବାରୁ ବ୍ୟାପାରୀ ଓ ନିବେଶକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ସେହିପରି ସୁନାର ଦର ମଧ୍ୟ ନୂଆ ଉଚ୍ଚତାକୁ ସ୍ପର୍ଶ କରିଥିବା ଖବର ମିଳିଛି।

ବୁଧବାର MCXରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୬୬,୩୫୫ ଟଙ୍କାରେ ବନ୍ଦ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁନା ଦର ବଢ଼ି ପ୍ରତି ୧୦ ଗ୍ରାମ ୧,୭୯,୧୮୬ ଟଙ୍କାରେ ପହଞ୍ଚିଛି । ଯାହା ଏକ ନୂଆ ଉଚ୍ଚତା ଭାବେ ଦେଖାଯାଉଛି।

ସେହିପରି, ଗତକାଲି ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୩,୮୬,୫୩୦ ଟଙ୍କାରେ ବନ୍ଦ ହୋଇ ଏକ ରେକର୍ଡ ସ୍ଥାପନ କରିଥିଲା। ଆଜି ପୁଣି ଏହା ନୂଆ ମାଇଲଷ୍ଟୋନ ଛୁଇଁ ପ୍ରତି କିଲୋଗ୍ରାମ ୪,୦୫,୦୦୦ ଟଙ୍କାରେ ପହଞ୍ଚିଛି।

ଏହାସହିତ, ଗୁରୁବାର ଅର୍ଥାତ ଲକ୍ଷ୍ମୀଙ୍କ ବାରରେ କମେକ୍ସରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୫,୫୦୦ ଡଲାରର ନୂଆ ରେକର୍ଡ ସୃଷ୍ଟି କରିଛି। କିଛି ଘଣ୍ଟା ମଧ୍ୟରେ ଦର ଆହୁରି ବଢ଼ି ୫,୫୩୮ ଡଲାରରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ୧୧୭.୨୪ ଡଲାରକୁ ଛୁଇଁଛି ।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟର ବୃଦ୍ଧି ରୂପା ତୁଳନାରେ ଅଧିକ ଥିବା ଦେଖାଯାଉଛି । ଯାହା ନିବେଶକମାନଙ୍କ ଆଗ୍ରହକୁ ଆହୁରି ବଢ଼ାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score