ଭୁବନେଶ୍ୱର: ପୁଣି ରାଜ୍ୟବାସୀଙ୍କୁ ଖୁସି କରାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟବାସୀଙ୍କ ପାଇଁ ହୋଇଛି ଏକ ବଡ ଖୁସି ଖବର। ଏଣିକି ସହଜ ହେବ ଆନ୍ତର୍ଜାତିକ ଯାତ୍ରା । ଆଉ ଏହି ଯାତ୍ରା ସମ୍ପର୍କିତ ସୁବିଧାକୁ ଆହୁରି ସହଜ ଓ ସୁଲଭ କରିବା ଦିଗରେ ଓଡ଼ିଶା ସରକାର ନେଇଛନ୍ତି ବଡ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ଓଡିଶାବାସୀଙ୍କ ଚିନ୍ତାକୁ ଦୂର କରି ଦେଇଛି । ଏଣିକି ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି ।
ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବାପରେ ରାଜ୍ୟବାସୀଙ୍କୁ ଭିସା ସମ୍ପର୍କିତ କାର୍ଯ୍ୟ ପାଇଁ ଆଉ ବାହାରକୁ ମାନେ କଲିକତା , ଦିଲ୍ଲୀ, ମୁମ୍ବାଇ କିମ୍ବା ହାଇଦ୍ରାବାଦ ଭଳି ଦୂର ସହରକୁ ଯିବାକୁ ପଡିବ ନାହିଁ । କାରଣ ଏବେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ ଟର୍ମିନାଲ ବିଲଡିଙ୍ଗରେ ସ୍ଥାପିତ ହେବ । ଏଥିପାଇଁ ଓଡ଼ିଶା ସରକାର ପ୍ରାୟ ୩ହଜାର ବର୍ଗଫୁଟ ଜାଗା ଯୋଗାଇ ଦେବେ ।
ସୂଚନା ଅନୁସାରେ ଗତ କିଛି ବର୍ଷ ଧରି ଓଡ଼ିଶାରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷା, ଚିକିତ୍ସା, ଚାକିରି, ପର୍ଯ୍ୟଟନ ଓ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ନଜିର ରହିଛି । ଆଉ ଏଥିପାଇଁ ଭିସା ନିମନ୍ତେ ସେମାନଙ୍କୁ ବାରମ୍ବାର ଦୂରସ୍ଥାନକୁ ଯିବାକୁ ପଡୁଛି । ଯେଉଁଥିରେ ଯାତ୍ରୀ ଖୁବ ହଇରାଣ ହେଉଛନ୍ତି । ରାଜ୍ୟରେ ଭିସା ଆପ୍ଲିକେସନ ସେଣ୍ଟର ନଥିବାରୁ ଆବେଦକମାନଙ୍କୁ ଭିସା ଫର୍ମ ଦାଖଲ, ବାୟୋମେଟ୍ରିକ ତଥ୍ୟ ଦେବା ଓ ସାକ୍ଷାତକାର ପାଇଁ ଅନ୍ୟ ସହରକୁ ଯିବାକୁ ପଡୁଛି । ଅଧିକ ସମୟ ନଷ୍ଟ ହେଉଛି । ଏପରିକି ଅସୁବିଧା ଭୋଗୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ସୁବିଧା ପାଇଁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବାବାସାହେବ ଆମ୍ବେଦକର ବସ ଟର୍ମିନାଲ ବିଲଡିଙ୍ଗରେ ସ୍ଥାପିତ କରିବାକୁ ଯାଉଛନ୍ତି ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ଯାହା ସମଗ୍ର ରାଜ୍ୟବାସୀଙ୍କୁ ଖୁସି କରାଇ ଦେଇଛନ୍ତି ।
ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହିଆସୁଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
