Explore

Search

June 27, 2026 2:54 am

ଅଭିଯୁକ୍ତଙ୍କୁ ନିଳମ୍ବନ, ତଦନ୍ତ ପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ; ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ : ମୁଖ୍ୟମନ୍ତ୍ରୀ

ବାଲେଶ୍ଵର ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ଫକୀର ମୋହନ ସ୍ୱୟଂଶାସିତ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ନକରି ଦାୟିତ୍ୱରେ ଅବହେଳା କରିଥିବା ଯୋଗୁ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର କୁମାର ସାହୁଙ୍କୁ ମଧ୍ଯ ତତ୍କାଳ ନିଲମ୍ବନ କରାଯାଇଛି l

ସୂଚନାଯୋଗ୍ୟ ଯେ, ଅଧ୍ୟାପକ ଶ୍ରୀ ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଦାବିରେ କଲେଜ କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବାରୁ ଏହାର ପ୍ରତିବାଦରେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା l ତାଙ୍କୁ ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇଛି l ଛାତ୍ରୀଙ୍କ ଶରୀର ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି ଫଳସ୍ଵରୂପ ଇଣ୍ଟରନାଲ୍‌ ଆଘାତ ହୋଇଛି, କିଡ୍‌ନୀ ପ୍ରଭାବିତ ମଧ୍ଯ ହୋଇଛି l ଏହି ଘଟଣାକୁ ବହୁ ଗୁରୁତର ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗ୍ରହଣ କରିଛନ୍ତି l ଗଣମାଧ୍ଯମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ’ “ଦିଲ୍ଲୀ ଏମ୍‌ସ ସହ କଥା ହେବେ ଭୁବନେଶ୍ବର ଟିମ୍‌, ବର୍ତ୍ତମାନ ସଙ୍କଟାପନ୍ନ ଅବସ୍ଥା ହେତୁ ଏବେ ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରିବନି l ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେଲେ ଏୟାରଲିଫ୍ଟ କରାଯିବ ଓ ଘଟଣାର ପୁନରାବୃତ୍ତି ନହେବାକୁ ପଦକ୍ଷେପ ନେଉଛୁ ” ବୋଲି ବିବୃତି ଦେଇଥିଲେ l ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତିନିଜଣିଆ କମିଟି ମଧ୍ଯ ଗଠନ କରିଛନ୍ତି l ଯାହାର ରିପୋର୍ଟକୁ ପ୍ରତ୍ୟକ୍ଷ ରୂପେ ତଦାରଖ କରିବେ ରାଜ୍ୟ ସରକାର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score