କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ଆହତ ସମସ୍ୟା ଭାରତୀୟ ଦଳର ଚିନ୍ତା ବଢ଼ାଇଛି। ବ୍ୟାଟିଂ ସମୟରେ କାନ୍ଧରେ ଆଘାତ ପାଇଥିଲେ ମଧ୍ୟ ପନ୍ତ ୬୩ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଆଘାତ ଯୋଗୁଁ ସେ ୱିକେଟ୍ କିପିଂ କରିନଥିଲେ।
ଦଳର ବୋଲିଂ କୋଚ୍ ମୋର୍ନେ ମୋର୍କେଲଙ୍କ ଅନୁଯାୟୀ, ପନ୍ତଙ୍କ କାନ୍ଧରେ ଆଘାତ ଲାଗିଛି ଏବଂ ଠିକ ଭାବେ ସେ ଚଳପ୍ରଚଳ କରି ପାରୁନାହାଁନ୍ତି । ମେଡିକାଲ୍ ଟିମ୍ ତାଙ୍କ ସ୍ଥିତି ଉପରେ ନଜର ରଖିଛି। ପନ୍ତଙ୍କ ଅନୁପସ୍ଥିତିରେ ଧ୍ରୁବ ଜୁରେଲ୍ ଦାୟିତ୍ୱ ତୁଲାଉଛନ୍ତି।
ଏବେ ପନ୍ତଙ୍କ ଫିଟନେସ୍ ଉପରେ ସମସ୍ତଙ୍କ ନଜର। ଚତୁର୍ଥ ଦିନ ତାଙ୍କ ଚଳପ୍ରଚଳରେ ସୁଧାର ହେଲେ ସେ ପୁଣି ୱିକେଟ୍କିପିଂକୁ ଫେରିପାରନ୍ତି। ତେବେ ମେଡିକାଲ୍ ଟିମ୍ର ମୂଲ୍ୟାଙ୍କନ ପରେ ହିଁ ତାଙ୍କ ମଇଦାନକୁ ଫେରିବା ନେଇ ଅନ୍ତିମ ନିଷ୍ପତ୍ତି ହେବ।
ପନ୍ତଙ୍କ ଅନୁପସ୍ଥିତିରେ ଧ୍ରୁବ ଜୁରେଲ୍ ନିଜ ଦାୟିତ୍ୱକୁ ଭଲ ଭାବେ ତୁଲାଇଛନ୍ତି। ସେ ୧୧୫ ରନ୍ର ଅପରାଜିତ ଇନିଂସ ଖେଳି ଭାରତର ବଡ଼ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।
ତେବେ ପନ୍ତଙ୍କ ଅଭିଜ୍ଞତା ଓ ୱିକେଟ ପଛରୁ ଖେଳକୁ ପଢ଼ିବାର କ୍ଷମତା ଭାରତୀୟ ଦଳ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ମୋର୍କେଲ୍ ମଧ୍ୟ ପନ୍ତଙ୍କ ଗେମ୍ ରିଡିଂକୁ ପ୍ରଶଂସା କରି ଚତୁର୍ଥ ଦିନ ତାଙ୍କୁ ପୁଣି ୱିକେଟ ପଛରେ ଦେଖିବାକୁ ଆଶା ପ୍ରକାଶ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
