Explore

Search
Close this search box.

Search

November 23, 2024 6:48 am

Genres

ୟୁନିଫାଏଡ୍ ପେନସନ୍ ସ୍କିମ୍ କଣ? କେତେ ଲାଭଦାୟକ ରହିବ ଏହି ନୂଆ ସ୍କିମ୍

Unified Pension Scheme

ପେନ୍‌ସନ୍‌ ସ୍କିମ୍ କୁ ନେଇ କେନ୍ଦ୍ର ସରକାରଙ୍କର ଆସିଛି ବଡ ଘୋଷଣା। ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍- UPS। ଏହାଦ୍ଵାରା ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ। ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ ରେ ୨୫ ବର୍ଷ ପରେ ଚାକିରିରୁ ଅବସର ନେଲେ କର୍ମଚାରୀଜଣଙ୍କ ଶେଷ ୧ବର୍ଷର ମୂଳ ଦରମାର ଅଧା ପେନ୍‌ସନ୍‌ ଆକାରରେ ପାଇବେ। ଏହି ପେନ୍‌ସନ୍‌ ସ୍କିମ୍ ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ। ତେବେ ଆସନ୍ତୁ ଜାଣିବା କଣ ସବୁ ରହିବ ଏହି ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍- UPS ରେ ଏବଂ ନ୍ୟାସନାଲ୍ ପେନ୍‌ସନ୍‌ ସ୍କିମ୍ ତୁଳନାରେ କ’ଣ ରହିବ ଫରକ?

ୟୁନିଫାଏଡ୍ ପେନସନ ସ୍କିମ୍- UPS
ଏହି ସ୍କିମ୍ ର ନିୟମ ଅନୁଯାଇ କୌଣସି ସରକାରୀ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାର୍ଯ୍ୟ କରିଥିଲେ, ଅବସର ନେବା ପୂର୍ବର ଶେଷ ୧ ବର୍ଷର ହାରାହାରି ବେତନର ୫୦ ପ୍ରତିଶତ ମାସିକ ପେନ୍‌ସନ୍‌ ଭାବରେ ପାଇପାରିବେ।
ପାରିବାରିକ ପେନ୍‌ସନ୍‌ ନିଶ୍ଚିତ ଭାବରେ ମିଳିବ। କର୍ମଚାରୀ ମୃତ୍ୟୁର ଠିକ୍‌ ପୂର୍ବରୁ ପାଉଥିବା ପେନ୍‌ସନ୍‌ର ୬୦% ପରିବାର ଲୋକ ପାଇବେ।
ଅତି କମରେ ୧୦ ବର୍ଷ କାର୍ଯ୍ୟ କରି ଅବସର ନେଲେ ହାରାହାରି ୧୦ ହଜାର ଟଙ୍କା ପେନ୍‌ସନ୍‌ ମିଳିବ।
ମୁଦ୍ରାସ୍ଫୀତି ଅନୁଯାୟୀ ପେନ୍‌ସନ୍‌ ଉପରେ ଡିଆର ଟଙ୍କା ଦିଆଯିବ। ଏହାସହ ପେନ୍‌ସନ୍‌ଧାରୀମାନେ ନିଜ ଚାକିରିର ଶେଷ ୬ ମାସ ବେତନର ୧/୧୦ ଭାଗ ଗ୍ରାଚ୍ୟୁଟି ଆକାରରେ ପାଇବେ।

ନ୍ୟାସନାଲ୍ ପେନ୍‌ସନ୍‌ ସ୍କିମ ତୁଳନାରେ କେଉଁ ସବୁ କ୍ଷେତ୍ରରେ ରହିବ ଫରକ
ମୋଟା ମୋଟୀ ଭାବେ ଦେଖିବାକୁ ଗଲେ ନ୍ୟାସନାଲ୍ ପେନ୍‌ସନ୍‌ ସ୍କିମ୍ ତୁଳନାରେ ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ ରେ ଅଧିକ ଲାଭ ରହିବ।

ନ୍ୟାସନାଲ୍ ପେନ୍‌ସନ୍‌ ସ୍କିମ୍ ଭଳି ୟୁପିଏସରେ କର୍ମଚାରୀ ଓ ସରକାରଙ୍କ ଅବଦାନ ରହିବ। ମାତ୍ର ନ୍ୟାସନାଲ୍ ପେନ୍‌ସନ୍‌ ସ୍କିମ୍ ରେ ସରକାରୀ କର୍ମଚାରୀଙ୍କ ବେତନର ୧୦ ପ୍ରତିଶତ ଓ ସରକାରଙ୍କ ପକ୍ଷରୁ ୧୪ ପ୍ରତିଶତ ଅବଦାନ ରହିଥିବା ବେଳେ ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ ରେ ସରକାରୀ ଅବଦାନ ୧୮.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଏନ୍‌ପିଏସ୍‌ରେ ପେନ୍‌ସନ୍ ରାଶି ସ୍ଥିର ହୋଇ ନାହିଁ କାରଣ ଏହା ଏକ ବଜାର ସହିତ ଜଡ଼ିତ ସ୍କିମ୍। ଏହି ପରିପ୍ରେକ୍ଷିରେ, ୟୁପିଏସ୍ ଏକ ସୁନିଶ୍ଚିତ ପେନ୍‌ସନ୍ ପ୍ରଦାନ କରେ, ଯାହା ୧ ଜାନୁଆରୀ ୨୦୦୪ ପରେ ସେବାରେ ଯୋଗ ଦେଇଥିବା ଲୋକଙ୍କ ପାଇଁ ବେତନର ୫୦% ନିର୍ଧାରିତ କରାଯାଇଥିଲା।
ଏନପିଏସରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାରିବାରିକୁ ମିଳିବାକୁ ଥିବା ପେନସନ୍‌ ରାଶି, ପାଣ୍ଠିରେ ଜମା ହୋଇଥିବା ଅର୍ଥ ଓ ଅବସର ସମୟରେ ମନୋନୀତ ବାର୍ଷିକ ଯୋଜନା ଉପରେ ନିର୍ଭର କରେ। ଅନ୍ୟପଟେ ୟୁପିଏସରେ ବ୍ୟକ୍ତିଙ୍କ ପେନସନର ୬୦ ପ୍ରତିଶତ ଅର୍ଥ ପରିବାରକୁ ମିଳିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score