Explore

Search

February 10, 2026 12:05 am

ଚାଷୀ ଗଣିବେ ଠନଠନ ଟଙ୍କା : ଏହି ଦିନ ଆକାଉଣ୍ଟକୁ ଆସିବ ପିଏମ କିଷାନ ଟଙ୍କା

ଭୁବନେଶ୍ୱର : କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଆଉ ଏକ ଭଲ ଖବର ନେଇଆସିଛନ୍ତି । ଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଚାଲୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା ହେବାର ସମ୍ଭାବନା ରହିଛି ।

ଦେଶର ଅନେକ ଚାଷୀ ଏବେ ବି ଆର୍ଥିକ ସଙ୍କଟ ମଧ୍ୟରେ ଜୀବନ ଯାପନ କରୁଛନ୍ତି । ଏହି ଯୋଜନା ସେମାନଙ୍କ ପାଇଁ ବଡ଼ ଆଶାର କିରଣ ପାଲଟିବ । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ତିନିଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଏ।

ତେବେ, ଚାଷୀମାନଙ୍କ ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ଆଧାର ସୂଚନାରେ ସାମାନ୍ୟ ତ୍ରୁଟି ଥିଲେ ମଧ୍ୟ କିସ୍ତି ଟଙ୍କା ଆସିବାରେ ବିଳମ୍ବ ହୋଇପାରେ। ତେଣୁ ସମସ୍ତ ହିତାଧିକାରୀ ଚାଷୀଙ୍କୁ ସରକାରୀ ପୋର୍ଟାଲ ମାଧ୍ୟମରେ କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯାଇ ନିଜ ତଥ୍ୟ ଅପଡେଟ କରିବାକୁ ପରାମର୍ଶ ଦିଆଯାଇଛି। କିଛି ରାଜ୍ୟରେ ଏହାକୁ ବାଧ୍ୟତାମୂଳକ କରାଯାଇଛି।

ସେଥିସହିତ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଜମି ରେକର୍ଡ ସମ୍ପର୍କିତ ସମସ୍ତ ସୂଚନା ସଠିକ ଅଛି କି ନାହିଁ, ତାହା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ପ୍ରତି ୪ ମାସରେ ଏକ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଏ। ପୂର୍ବ କିସ୍ତିର ସମୟସୀମା ଅନୁସାରେ, ଆସନ୍ତା ଫେବୃଆରୀ ମାସରେ ୨୨ତମ କିସ୍ତି ଜାରି ହେବାର ଆଶା କରାଯାଉଛି। ଯଦିଓ ଏହାକୁ ନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ତାରିଖ ଘୋଷଣା ହୋଇନାହିଁ ।

୨୨ତମ କିସ୍ତି ବିନା କୌଣସି ବାଧାରେ ପାଇବା ପାଇଁ ଚାଷୀମାନେ ନିଜର ଇ-କେୱାଇସି ସ୍ଥିତି ନିଶ୍ଚିତ ଭାବେ ସମ୍ପୂର୍ଣ୍ଣ କରିବା ଦରକାର । ଅନେକ ସମୟରେ ଇ-କେୱାଇସି ଅସମ୍ପୂର୍ଣ୍ଣ ଥିବାରୁ କିସ୍ତି ଟଙ୍କା ଅଟକିଯାଏ। ଏହାସହିତ ହିତାଧିକାରୀ ଯୋଗ୍ୟ ଚାଷୀ କି ନୁହେଁ, ତାହା ଯାଞ୍ଚ କରିବା ପାଇଁ ଜମି ପ୍ରକ୍ରିୟାକୁ ମଧ୍ୟ ସମୟରେ ସମାପ୍ତ କରିବା ଆବଶ୍ୟକ।

ତେବେ ଦୀର୍ଘଦିନ ଧରି ଅପେକ୍ଷା କରୁଥିବା ଚାଷୀମାନଙ୍କ ପାଇଁ ୨୨ତମ କିସ୍ତି ନେଇ ଏହି ଅପଡେଟ ବଡ଼ ଆଶ୍ୱାସନ ନେଇ ଆସିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score