Explore

Search

September 4, 2026 4:44 am

କେନ୍ଦ୍ର ସରକାରଙ୍କ ନଜରରେ ରହିବେ ସୋସିଆଲ ମିଡିଆ ୟୁଜର୍ସ

ନୂଆଦିଲ୍ଲୀ: ଏଣିକି କେନ୍ଦ୍ର ସରକାରଙ୍କ ନଜରରେ ରହିବେ ସୋସିଆଲ ମିଡିଆ ୟୁଜର୍ସ । ଦେଶରେ ସୋସିଆଲ ମିଡିଆ ବ୍ୟବହାରକୁ ଅଧିକ ଦାୟିତ୍ୱଶୀଳ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଚଳିତ ଆଇଟି ନିୟମ ୨୦୨୧ରେ ସଂଶୋଧନ ଆଣିବାକୁ ଆଗୁଆ ହୋଇଛନ୍ତି । ପ୍ରସ୍ତାବିତ ପରିବର୍ତ୍ତନ ଅନୁଯାୟୀ, ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବିଭିନ୍ନ ବିଷୟବସ୍ତୁ ଉପରେ ସରକାରୀ ନଜରଦାରି ବଢ଼ିବ ଏବଂ ଆବଶ୍ୟକ ହେଲେ ପୋଷ୍ଟ ହଟାଇବା ପାଇଁ ନୋଟିସ ଜାରି କରାଯିବ।

ନୂଆ ନିୟମ ଆସିଲେ ସୋସିଆଲ ମିଡିଆ ୟୁଜର୍ସଙ୍କୁ ତାଙ୍କର ପୋଷ୍ଟ ପାଇଁ ଅଧିକ ଉତ୍ତରଦାୟୀ ହେବାକୁ ପଡିବ। ଯଦି କେହି ସରକାରୀ ନିର୍ଦ୍ଦେଶ ଅନୁସରଣ ନକରନ୍ତି, ତେବେ ‘ସେଫ ହାର୍ବର’ ସୁବିଧା ହରାଇବା ସହିତ ଆଇନକାନୁନ ଜଟିଳତାରେ ପଡ଼ିପାରନ୍ତି । ଏପରିକି ଆବଶ୍ୟକ ହେଲେ କୋର୍ଟରେ ମଧ୍ୟ ଉତ୍ତର ଦେବାକୁ ପଡିପାରେ ।

ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଇଣ୍ଟରନେଟକୁ ଅଧିକ ସୁରକ୍ଷିତ, ବିଶ୍ୱସନୀୟ ଓ ଦାୟିତ୍ୱପୂର୍ଣ୍ଣ କରିବା । ସେହିପରି, ଡିଜିଟାଲ ମିଡିଆର ବିଷୟବସ୍ତୁ ନିୟନ୍ତ୍ରଣ ପ୍ରଣାଳୀକୁ ଆହୁରି କଡ଼ା କରିବା ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଆଣିବାର ଯୋଜନା ରହିଛି। ଏହି ପ୍ରସ୍ତାବ ଉପରେ ସାଧାରଣ ଲୋକଙ୍କର ମତାମତ ଆମନ୍ତ୍ରଣ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score