Explore

Search

May 29, 2026 11:28 pm

ଛତ୍ରପୁରରେ ଏସଆଇଆର୍ ସଚେତନତା ପଦଯାତ୍ରା : ନିର୍ବାଚନୀ ସଚେତନତା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରୟାସ

ଛତ୍ରପୁର : ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ, ସୁଦୃଢ଼ ଓ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନର ପକ୍ଷରୁ ଛତ୍ରପୁରରେ ଏକ ବିଶାଳ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍‌ଆଇଆର୍) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ସର୍କିଟ ହାଉସରେ ଶେଷ ହୋଇଥିଲା ।

ଏହି ସଚେତନତା ପଦଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର (ନିର୍ବାଚନ) ଡ଼ଃ ଅଶୋକ କୁମାର ଖଣ୍ଡା, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା ଏବଂ ଛତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଯୋଗଦେଇଥିଲେ ।

ସେହିପରି ବିଭିନ୍ନ ବୁଥସ୍ତରୀୟ ଅଧିକାରୀ (ବିଏଲଓ), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ-ଶିକ୍ଷୟତ୍ରୀ ଓ ସାଧାରଣ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ପଦଯାତ୍ରାକୁ ସଫଳ କରିଥିଲେ । ପଦଯାତ୍ରା ସମୟରେ ଏସ୍‌ଆଇଆର ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ଏବଂ ଭୋଟର ତାଲିକାରେ ସଠିକ ତଥ୍ୟ ସଂଶୋଧନ, ନୂତନ ନାମ ସମ୍ମିଳନ ଓ ତ୍ରୁଟି ସଂଶୋଧନ ପାଇଁ ସହଯୋଗ କରିବାକୁ ଆହ୍ୱାନ ଜଣାଯାଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକୁ ଗୁରୁତ୍ୱ ଦେଇ ସଠିକ ଓ ସତ୍ୟ ତଥ୍ୟ ପ୍ରଦାନ କରିବା ସହ ବିଏଲଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ଏକ ସଠିକ ଓ ନିର୍ଭୁଲ ଭୋଟର ତାଲିକା ଗଠନ ହେଉଛି ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score