Explore

Search

May 25, 2026 9:43 pm

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବେ ତେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି। ଏଥର ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ତେଲ ଦର ବୃଦ୍ଧି ହେବାରୁ ଗାଡ଼ି ଚାଳକ ଓ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ନୂତନ ଦର ଅନୁଯାୟୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୯.୧୬ ଟଙ୍କା ଓ ଡିଜେଲ ୧୦୦.୮୧ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ପେଟ୍ରୋଲ ଦର ୧୦୬.୩୩ ଟଙ୍କା ଏବଂ ଡିଜେଲ ଦର ୯୭.୯୨ ଟଙ୍କା ଥିଲା। ସେହିପରି ସ୍ପିଡ୍ ପେଟ୍ରୋଲ ଦର ମଧ୍ୟ ବଢ଼ି ୧୧୮.୨୭ ଟଙ୍କାରେ ପହଞ୍ଚିଛି । ତେଲ ଦରର ଏହି ଅବିରତ ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବା ସହ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀର ଦର ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ଦେଶର ଅନ୍ୟାନ୍ୟ ମହାନଗରରେ ମଧ୍ୟ ତେଲ ଦର ବୃଦ୍ଧି ଜାରି ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୨.୧୨ ଟଙ୍କା ଓ ଡିଜେଲ ୯୫.୨୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ପେଟ୍ରୋଲ ୧୧୩.୫୧ ଓ ଡିଜେଲ ୯୯.୮୨ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୧.୨୧ ଟଙ୍କା ଓ ଡିଜେଲ ୯୭.୮୩ ଟଙ୍କା ଥିବାବେଳେ ଚେନ୍ନାଇରେ ପେଟ୍ରୋଲ ୧୦୭.୭୭ ଓ ଡିଜେଲ ୯୯.୫୫ ଟଙ୍କା ହୋଇଛି।

ବିଶେଷଜ୍ଞମାନଙ୍କ ମତରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ ଆନ୍ତର୍ଜାତୀୟ ବଜାରରେ କ୍ରୁଡ଼ ଅଏଲ ଦର ବୃଦ୍ଧି ହେବା ଯୋଗୁଁ ଦେଶରେ ତେଲ ଦର ଲଗାତାର ବଢ଼ୁଛି। ଯଦି ଆନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଜାରି ରହେ, ଆଗାମୀ ଦିନରେ ଆହୁରି ତେଲ ଦର ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score