Explore

Search

February 11, 2026 5:57 pm

ଗୋପାଳପୁର ବେଳାଭୂମି ମହୋତ୍ସବ ପୂର୍ବରୁ ଭବ୍ୟ ମଶାଲ ଶୋଭାଯାତ୍ରା

ଗଞ୍ଜାମ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୬ । ଏହାକୁ ନେଇ ଏବେଠୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହୋତ୍ସବ ପୂର୍ବରୁ ଉତ୍ସବର ଆହ୍ୱାନ ଓ ପ୍ରଚାର ପାଇଁ ଏକ ଭବ୍ୟ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ୩ଟି ଉପଖଣ୍ଡରେ ଅବସ୍ଥିତ ୩ଟି ପ୍ରସିଦ୍ଧ ମନ୍ଦିରରୁ ପୃଥକ୍‌ପୃଥକ୍‌ ଭାବେ ମଶାଲ ଶୋଭାଯାତ୍ରା ବାହାରି ଗୋପାଳପୁରର ଡୁରା ଛକରେ ପହଞ୍ଚିବ। ସେଠାରେ ସମସ୍ତ ମଶାଲ ମିଳିତ ହେବା ପରେ ଶୋଭାଯାତ୍ରା ଗୋପାଳପୁର ଅଭିମୁଖେ ଯିବ। ପରେ ସମୁଦ୍ର ତଟରେ ପାରମ୍ପରିକ ସମୁଦ୍ର ଆଳତି କରାଯିବ। ଏହାପରେ ସେହି ପବିତ୍ର ମଶାଲକୁ ମହାମହିମ ରାଜ୍ୟପାଳ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବରେ ସମସ୍ତ ପ୍ରକାର କଳାକାରଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି। ସେପଟେ ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ସ୍ଥାନାନ୍ତରିତ ହେବାନେଇ ସ୍ଥାନୀୟ ଲୋକେ ସାମାନ୍ୟ ନିରାଶ ହୋଇଥିଲେ। ଏପରିକି ଦୂରଦୂରାନ୍ତରୁ ଆସିବାକୁ ଥିବା ବ୍ୟବସାୟୀ ମଧ୍ୟ ସାମାନ୍ୟ ଅସୁବିଧାରେ ପଡିଥିଲେ । ହେଲେ ଏବେ ଆଗକୁ ଆସୁଥିବା ଏହି ମହୋତ୍ସବରେ ନିଜର ପସରା ମେଲାଇ ବସିବାକୁ ଥିବା ବ୍ୟବସାୟୀ ପୁଣି ଥରେ ସମସ୍ତ ପ୍ରସ୍ତୁତି କରିସାରିଲେଣି ।

ରାଜ୍ୟର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁରରେ ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ପୂର୍ବରୁ ଏହି ମହୋତ୍ସବ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ବେଳେ ଚଳିତ ବର୍ଷ ଏହା ୪ ଦିନ ଧରି ଚାଲିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score