Explore

Search

February 15, 2026 5:34 pm

ବିଶ୍ୱ ଶାନ୍ତି ଦିଗରେ ପଦକ୍ଷେପ : ମୋଦିଙ୍କୁ ଟ୍ରମ୍ପଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ : ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ଟ୍ରମ୍ପ । ଗାଜାରେ ସ୍ଥାୟୀ ଶାନ୍ତି ସ୍ଥାପନ ଏବଂ ବିଶ୍ୱସ୍ତରରେ ଚାଲୁଥିବା ସଂଘର୍ଷ ଗୁଡ଼ିକର ସମାଧାନ ଲକ୍ଷ୍ୟରେ ଗଠିତ ‘ଶାନ୍ତି ବୋର୍ଡ’ରେ ସାମିଲ ହେବାକୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୋର୍ଡ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟାକୁ ଗତି ଦେବା ସହିତ ସମଗ୍ର ବିଶ୍ୱରେ ଦ୍ୱନ୍ଦ୍ୱ ନିରାକରଣ ପାଇଁ ଏକ ନୂଆ ଓ ସାହସିକ ପଦକ୍ଷେପ ରୂପେ କାମ କରିବ ।

ଭାରତରେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟି ଟ୍ରମ୍ପଙ୍କ ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି । ପତ୍ରରେ ରାଷ୍ଟ୍ରପତି ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତିକୁ ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ଓ ଅଭୂତପୂର୍ବ ପ୍ରୟାସରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେ ଏହାମଧ୍ୟ କହିଛନ୍ତି ଯେ ବିଶ୍ୱସ୍ତରରେ ଦ୍ୱନ୍ଦ୍ୱ ଓ ସଂଘର୍ଷ ନିରାକରଣ ପାଇଁ ଏକ ନୂତନ ଧାରା ଆରମ୍ଭ କରିବା ସମୟ ଆସିଛି । ଗତ ସପ୍ତାହରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ସନ୍ଦର୍ଭରେ ଏହି ଶାନ୍ତି ବୋର୍ଡକୁ ଆମେରିକା ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score