Explore

Search

January 14, 2026 3:53 am

ମୁଖ୍ୟମନ୍ତ୍ରୀଙ୍କ ମହାନତା : ମାଲକାନଗିରିର ହେବ ବଡ଼ ବିକାଶ, ଘୋଷଣା ହେଲା ଆର୍ଥିକ ସହାୟତା

ମାଲକାନଗିରି : ପୁଣି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦେଖାଇଲେ ମହାନତା । ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ରାଜ୍ୟସରକାର କଲେ ବଡ ଯୋଜନା । ପ୍ରସ୍ତୁତ ହେଲା ରାଜ୍ୟସରକାରଙ୍କ ମାଷ୍ଟର ପ୍ଲାନ। ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଜନଜାତିଙ୍କର ରହିଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ । ମାଲକାନଗିରି ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତ୍ତିରେ ଏମ.ଭି.୨୬ ଗାଁର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ପ୍ରଦାନ କରାଯିବ ଆର୍ଥିକ ସହାୟତା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ।

ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଏବଂ ମୁଖ୍ୟତଃ ଜନଜାତିମାନଙ୍କର ଲାଗି ରହିଥିବା ଅସୁବିଧା ପ୍ରସଙ୍ଗ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ୧୦ଟି ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତିରେ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ମାଲକାନଗିରି ଜିଲ୍ଲାର ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରକୁ ସ୍ଥାୟୀ ପଟ୍ଟା ମିଳିବ ।

ସେହିପରି ଭୂମିହୀନ ତଥା ବାସଗୃହ ଜନଜାତି ପରିବାରକୁ ଏଫଆରଏ ଓ ଓଜିଏଲଏସ ଆଇନ ଅଧୀନରେ ସ୍ଥାୟୀ ପଟ୍ଟା ପ୍ରଦାନର ଆସୁ ବ୍ୟବସ୍ଥା କରାଯିବ । ଚାଷ ଜମିରେ ଜଳ ସେଚନ ସୁବିଧା ପାଇଁ ଆଗାମୀ ଦିନରେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରୟାସ କରାଯିବ । ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ଯେପରି ଦଶମ ଶ୍ରେଣୀ ପରେ ମଧ୍ୟ ପଢା ଜାରି ରଖି ପାରିବେ, ସେଥିପାଇଁ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟକ ଆସନ ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନା, PMEGP ଓ PMFME ଅଧୀନରେ ଜନଜାତି ବର୍ଗର ପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ ଏହାର ବ୍ୟବସ୍ଥା କରାଯିବ ।

ଏଭଳି ଅନେକ ପଦକ୍ଷେପ ରାଜ୍ୟ ସରକାର ନେବାକୁ ଯାଉଛନ୍ତି । ଯେଉଁଥିପାଇଁ ପ୍ରସ୍ତୁତି ହୋଇଛି ମାଷ୍ଟର ପ୍ଲାନ ।
ତେବେ ଏହି ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବାକୁ ବିଭାଗ ଗୁଡିକ ନିୟମିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score