ଭୁବନେଶ୍ବର: ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ପୁଣି ଓଡ଼ିଆ ଝିଅ କଲେ କମାଲ । ୧୫ ଓ ୧୭ ବର୍ଷରୁ କମ ବର୍ଗରେ ଚମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତନଭି ପତ୍ରି । ସୂଚନାଅନୁସାରେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟନସିପରେ ୧୫ ବର୍ଷରୁ କମ ବୟସ ବର୍ଗରେ ଫାଇନାଲରେ ତନଭି ପତ୍ରି ସଫଳତା ଅର୍ଜନ କରିଛନ୍ତି ।
ସେହିପରି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ ୨୧ -୯ ଓ ୨୧ -୧୩ ପଏଣ୍ଟରେ ଦୁଇଟି ଗେମରେ ପରାଜୟ କରି ଚାମ୍ପିଅନ ହୋଇଛନ୍ତି । ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ଫାଇନାଲରେ ତନଭି ଭଲ ଖେଳ ପ୍ରଦର୍ଶନ କରି ତାମିଲନାଡୁର ଦୀକ୍ଷା ଏସ.ଆରଙ୍କୁ ୨୦ -୨୧ , ୨୧ -୧୭ ଓ ୨୨ -୨୦ ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ ।
ତେବେ ତନଭି ପତ୍ରିଙ୍କ ଉଚ୍ଚକୋଟିର ଖେଳକୁ ଦେଖି ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଚମ୍ପିୟନ ଖେଳାଳୀ ତନଭି ପତ୍ରିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ସଭାପତି ତଥା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଘୋଷଣା କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ୧୫ ବର୍ଷରୁ କମ ବାଳିକା ଡବଲ୍ସ ଫାଇନାଲରେ ଓଡ଼ିଆ ଯୋଡ଼ି ସ୍ଵାତୀ ନାୟକ ଓ ନିମିଶା ଓଝା ମହାରାଷ୍ଟ୍ର ଯୋଡି, ସରାୟୁ ରଞ୍ଜନେ ଓ ସୋୟାରା ସେଲାରଙ୍କ ଠାରୁ ୧୫ -୨୧, ୧୪-୨୧ ପଏଣ୍ଟରେ ହାରି ରନର୍ସଅପ ହୋଇଥିଲେ l ୧୫ ବର୍ଷରୁ କମ ବାଳକ ବର୍ଗରେ ଫାଇନାଲରେ କର୍ଣ୍ଣାଟକର ପୁଷ୍କର ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ ୨୧ -୧୭, ୨୧ -୧୨ ପଏଣ୍ଟର ଦୁଇଟି ଗେମରେ ହରାଇ ଚମ୍ପିୟନ ହୋଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
