Explore

Search

January 14, 2026 12:36 am

ମୁଣ୍ଡ ପାଖରେ ମୋବାଇଲ ଫୋନ ରଖି ଶୋଉଛନ୍ତି କି

ଆଜିକା ସମୟରେ ଫୋନ ମଣିଷ ପାଇଁ ଏତେ ଜରୁରୀ ହୋଇପଡିଲାଣି ଯେ ତା ବିନା ଗୋଟେ ମୁହୂର୍ତ୍ତ ବି ରହିପାରୁନି । କି ଦିନ, କି ରାତି, କି ଭଲ,କି ମନ୍ଦ । ସକାଳ ଠୁ ନେଇ ରାତି ଯାଏଁ ମଣିଷ ବ୍ୟବହାର କରିଥାଏ ଫୋନ। ଏପରିକି ରାତିରେ ଶୋଇବା ସମୟରେ ବି ସେ ଫୋନକୁ ତା ମୁଣ୍ଡ ପାଖରେ ରଖିଥାଏ । ତେବେ କଣ ଆପଣ ଜାଣିଛନ୍ତିକି ମୁଣ୍ଡ ପାଖରେ ଫୋନ ରଖି ଶୋଇବା ଆମ ଶରୀର ପାଇଁ କେତେ ଠିକ । ସାଧାରଣତଃ ଅନେକ ସମୟରେ ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ମୁଣ୍ଡ ବିନ୍ଧା ଓ ଆଖି ଯନ୍ତ୍ରଣା ହୋଇଥାଏ । ତେବେ ଏହା କେଉଁ କାରଣ ପାଇଁ ହେଉଛି ତାହା ମଧ୍ୟ ସେମାନଙ୍କୁ ଜଣା ନଥାଏ ।

ପ୍ରାୟତଃ ଭାବନ୍ତି ଯେ ଏହା ବିଳମ୍ବରେ ଶୋଇବା ଯୋଗୁଁ ହେଉଛି, କିନ୍ତୁ ଏଥିପାଇଁ ମୋବାଇଲ ଫୋନ ଦାୟୀ ବୋଲି ତାହା ଜଣା ନଥାଏ । ଏକ ରିପୋର୍ଟ ଅନୁସାରେ ଜଣାପଡିଛି କି ରାତିରେ ଶୋଇବା ସମୟରେ ଯଦି ଆମେ ମୁଣ୍ଡ ତଳେ ଫୋନ ରଖି ଶୋଇଥାଉ ତାହାଲେ ତାହା ମୁଣ୍ଡବିନ୍ଧା ଓ ଆଖି ଯନ୍ତ୍ରଣାର ମୁଖ୍ୟ କାରଣ ହୋଇଥାଏ । କାରଣ ମୋବାଇଲ ଫୋନରେ କ୍ଷତିକାରକ ରେଡ଼ିଏସନ ଥାଏ ଯାହା ନିରନ୍ତର ନିର୍ଗତ ହୁଏ ।

ଆଉ ଏହା ସିଧା ଆମ ମସ୍ତିଷ୍କକୁ ଛୁଇଁ ଥାଏ । ଏହାରି ପ୍ରଭାବରେ ମୁଣ୍ଡ ଓ ଆଖି ବିନ୍ଧା ହୋଇଥାଏ । ମୋବାଇଲ ଫୋନ ଦ୍ୱାରା ନିର୍ଗତ ନୀଳ ଆଲୋକ ନିଦ ଆଣିବା ହରମୋନ ମେଲାଟୋନିନକୁ ବାଧା ଦେଇପାରେ । ମୋବାଇଲ ଫୋନରୁ ବାହାରୁଥିବା ରେଡ଼ିଏସନ ନିଦ ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ଏବଂ ମୁଣ୍ଡବିନ୍ଧା ଏବଂ ଆଖିରେ ପ୍ରେସର ପକାଇଥାଏ ।

ଶୋଇବା ସମୟରେ ମୋବାଇଲ ଫୋନ କେତେ ଦୂରରେ ରଖିବା ଉଚିତ ?

ମୋବାଇଲ ଫୋନକୁ ନିଜ ଶୋଇବା ବିଛଣା ଠାରୁ ଅତି କମରେ ତିନି ଫୁଟ ଦୂରରେ ରଖିବା ଉଚିତ । ଏହା ଦ୍ୱାରା ମୋବାଇଲରୁ ନିର୍ଗତ ହେଉଥିବା କ୍ଷତିକାରକ ରେଡ଼ିଏସନରୁ ରକ୍ଷା ମିଳିବ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ WHO କହିଛି ଯେ ଫୋନରୁ ବାହାରୁଥିବା RF ରେଡ଼ିଏସନ ମସ୍ତିଷ୍କ କ୍ୟାନ୍ସର ରୋଗର ଆଶଙ୍କା ମଧ୍ୟ ବଢ଼ାଇପାରେ ।

କେମିତି ଦୂରେଇବେ ମୋବାଇଲ ଫୋନଠୁ :

ଯଦି ଆପଣ ଫୋନଠୁ ଦୂରେଇବାକୁ ଚାଁହୁଛନ୍ତି ତାହାଲେ ଆପଣ ମୋବାଇଲର ଆଲାରାମ ବଦଳରେ ଘଣ୍ଟାରେ ଆଲାରାମ ଦିଅନ୍ତୁ । ସେହିପରି ଯଦି ଫୋନ ବିନା ନିଦ ଲାଗୁନି ତାହାଲେ ରାତିରେ ଶୋଇବା ଆଗରୁ ଥଣ୍ଡା ପାଣିରେ ଗୋଡ ହାତ ଧୋଇ ଶୁଅନ୍ତୁ । ଆଉ ଶୋଇବାକୁ ଯିବା ଆଗରୁ ଥଣ୍ଡା ପାଣି ପିଇକି ଯାଆନ୍ତୁ । ଶୋଇବା ଆଗରୁ ବହି ପଢନ୍ତୁ । ଯାହାଦ୍ୱାରା ରାତିରେ ଭଲ ନିଦ ହେବା ସହ ଫୋନ ଦେଖିବା ଅଭ୍ୟାସ ବି ଦୂରେଇ ଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score