ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ନିଜର ଦୂରନ୍ତର ଶିକ୍ଷା ପାଇଁ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟରେ ନାମ ଲେଖାଉଛନ୍ତି l ତେବେ ଇଗ୍ନୋ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରସ୍ତାବ ଦେଲେ ଇଗ୍ନୋ କୁଳପତି ଉମା କାଞ୍ଜିଲାଲ୍ l ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ୍ ରାଜ୍ୟରେ ଇଗ୍ନୋ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।
ନିକଟରେ ଇଗ୍ନୋ ପକ୍ଷରୁ ଏମବିଏ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳିତ କରାଯାଇଛି । ଆଗକୁ ସ୍ନାତକସ୍ତରରେ ବିଏ, ବିକମ୍ ଆଦିକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କୁଳପତି ଉମା କାଞ୍ଜିଲାଲ୍ । ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଇଗ୍ନୋର ବିଭିନ୍ନ ପ୍ରଫେସର ଉପସ୍ଥିତ ଥିଲେ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |