ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ୧୪୮ଟି କେନ୍ଦ୍ରରେ ହେବ ଖାତାଦେଖା l ଏଥିସହ ମେ ୧୫ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ l ପ୍ରଚଣ୍ଡ ଖରା ଦୃଷ୍ଟିରୁ ଦୁଇଟି ସିଫ୍ଟରେ ହେବ ଖାତାଦେଖା l ପ୍ରଥମ ସିଫ୍ଟରେ ସକାଳ ୭ଟା ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ କରାଯିବ l ଚଳିତଥର ଏକସଙ୍ଗେ ଆସିବ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଫଳ l ଯୁକ୍ତଦୁଇ ଖାତା ମୂଲ୍ୟାୟନ କରିବେ ୧୬ ହଜାର ଅଧ୍ୟାପକ l ୭୮ଟି ଅଫ୍ଲାଇନ ଓ ୭୦ଟି ଅନ୍ଲାଇନ କେନ୍ଦ୍ରରେ ଖାତାଦେଖା l ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୯୩ ହଜାର ୬୧୬ ଜଣ ବିଦ୍ୟାର୍ଥୀ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |