Explore

Search

February 16, 2026 12:42 am

ଭାରତ-ଜର୍ମାନୀ ମୁହାଁମୁହିଁ :ହକି ସେମିଫାଇନାଲ ପାଇଁ ହେବ ଲଢେଇ

sports news

ଆଜି ହକି ସେମିଫାଇନାଲ ରେ ମୈଦାନ କୁ ଓଲ୍ହାଇବେ ଦୁଇ ଦଳ ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ୱାଇଭେସ-ଡୁ- ମାନୋଇର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। କ୍ୱାର୍ଟରରେ ଭାରତ ସୁଟ୍‌‌ଆଉଟରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ୬ଟି ମ୍ୟାଚ ଖେଳି ୭ଟି ଗୋଲ କରି ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଅନ୍ୟପଟେ ଜର୍ମାନୀ ୩-୨ ଗୋଲରେ କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସେମିକୁ ଉଠିଛି। ୩ଥର ଅଲିମ୍ପକ୍ସ ଟାଇଟଲ ଜିତିଥିବା ଜର୍ମାନୀକୁ ହରାଇବାକୁ ହେଲେ ଭାରତକୁ ଉନ୍ନତ ହକି ଖେଳିବାକୁ ପଡିବ ତେଣୁ ଆଜି ର ମୁକାବିଲା ବେଶ ରୋମାଞ୍ଚକର ରହିବ।

ଏଥିମଧ୍ୟରେ ରହିଛି ଆଉ ଏକ ଗୁରୁତ୍ୱପୂର୍ଣ ତଥ୍ୟ ସୂଚନ ଥାଉ କି ଚଳିତ ବର୍ଷର ଏହି ମ୍ୟାଚ ରୁ ବାଦ ପଡିଛନ୍ତି ଓଡ଼ିଆ ତାରିକା ଅମିତ ରୋହିଦାସ। ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ଯୋଗୁଁ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଓଡ଼ିଆ ଖେଳାଳି ଅମିତ୍। ଅମିତଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ସଂଘ। ତେବେ କିପରି ରହିବ ଆଜିର ମୁକାବିଲା କାହାକୁ ମିଳିବ ବିଜୟର ସନ୍ତକ ତା ଉପରେ ଏବେ ସାରା ବିଶ୍ୱର ନଜର।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score