Explore

Search

July 21, 2026 9:46 am

ଲାବଣ୍ୟ ରିଟ୍ରିଟର ଭବ୍ୟ ଉଦଘାଟନ : ଭୁବନେଶ୍ୱରରେ ନୂଆ ଲାଇଫ୍‌ ଷ୍ଟାଇଲ ଡେଷ୍ଟିନେସନ

ଭୁବନେଶ୍ୱର : ଦ୍ରୁତ ଗତିରେ ବଢି ଚାଲିଛି ଭୁବନେଶ୍ୱର ସହର । ବଦଳୁଛି ଢାଞ୍ଚା ବଦଳୁଛି ବିକାଶର ପଥ । ନିଇତି ଲେଖୁଛି ଭୁବନେଶ୍ୱର ସହର ବିକାଶର ନୂଆ ଅଧ୍ୟାୟ । ସହରବାସୀଙ୍କ ଜୀବନଶୈଳୀ ଠୁ ନେଇ ଓ ମନୋରଞ୍ଜନର ଚାହିଦା ସବୁ କିଛିର ହେଉଛି ପରିବର୍ତ୍ତନ । ଆଉ ସମୟ ହିସାବରେ ବଦଳୁଛି ଲୋକଙ୍କ ସ୍ୱାଦ, ସ୍ବପ୍ନ ଓ ଆକାଂକ୍ଷା। ପ୍ରତିଦିନ ଝିଲମିଲ ଆଲୁଅରେ ସଜେଇ ହୋଇଥିବା ରାଜଧାନୀ ଭୁବନେଶ୍ୱରର ଲୋକମାନେ ଏବେ ଏମିତି ଏକ ସ୍ଥାନ ଖୋଜୁଛନ୍ତି ଯେଉଁଠାରେ ପ୍ରକୃତିର ଶାନ୍ତି, ଆଧୁନିକ ସୁବିଧା ଏବଂ ସ୍ମରଣୀୟ ଅନୁଭୂତି ଏକାସାଥିରେ ଉପଭୋଗ କରିପାରିବେ ।

ଆଉ ଲୋକଙ୍କର ଏହି ଚାହିଦାକୁ ପୂରଣ କରିବାକୁ ଯାଇ ଗତକାଲି ଅର୍ଥାତ ୧୯ ଜୁଲାଇ ୨୦୨୬(ରବିବାର) ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଅନ୍ଧାରୁଆରେ ଭବ୍ୟ ଭାବରେ ଶୁଭାରମ୍ଭ ହୋଇଛି ”ଲାବଣ୍ୟ ରିଟ୍ରିଟ୍” । ସବୁଜ ପ୍ରାକୃତିକ ପରିବେଶ, ସୁନ୍ଦର ଆୟୋଜନ କ୍ଷେତ୍ର, ଆକର୍ଷଣୀୟ କାଫେ, ପୁଲ୍ ପାର୍ଟି ଜୋନ୍ ଏବଂ ବିବାହ ପାଇଁ ବିଶେଷ ବ୍ୟବସ୍ଥା ସହ ଏହି ସ୍ଥାନ ଏବେ ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଗତକାଲି ହୋଇଥିବା ଉଦଘାଟନ ଉତ୍ସବ ଆଧ୍ୟାତ୍ମିକତା ଓ ଭବ୍ୟତାର ଏକ ସୁନ୍ଦର ସମନ୍ୱୟ ଥିଲା। ବେଦ ମନ୍ତ୍ର ଉଚ୍ଚାରଣ, ପୂଜାର୍ଚ୍ଚନା ଓ ହୋମଯଜ୍ଞ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ଅତିଥିମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ସମଗ୍ର ପରିବେଶ ଏକ ମଙ୍ଗଳମୟ ଆଭାରେ ଭରିଯାଇଥିଲା । ସହରର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ବ୍ୟବସାୟୀ, କଣ୍ଟେଣ୍ଟ କ୍ରିଏଟର, ଇନ୍‌ଫ୍ଲୁଏନ୍ସର ଏବଂ ଅନେକ ଅତିଥି ଏହି ଅବସରରେ ଉପସ୍ଥିତ ରହି ଲାବଣ୍ୟ ରିଟ୍ରିଟର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ।

ମନ ମୋହୁଛି ଲାବଣ୍ୟ ରିଟ୍ରିଟ :

ଲାବଣ୍ୟ ରିଟ୍ରିଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବହୁମୁଖୀ ବ୍ୟବହାର। ଏଠାରେ ଗୋଟେ ପଟେ ଭବ୍ୟ ବିବାହ ଉତ୍ସବ ପାଇଁ ସୁନ୍ଦର ୱେଡିଂ ବ୍ୟାଙ୍କ୍ୱେଟ (wedding banquet) ଏବଂ ଖୋଲା ଲନ୍ ଉପଲବ୍ଧ ଥିବାବେଳେ, ଅନ୍ୟପଟେ କର୍ପୋରେଟ୍ ମିଟିଂ, ପ୍ରଡକ୍ଟ ଲଞ୍ଚ, ଟିମ୍ ଆଉଟିଂ, ବାର୍ଷିକ ଉତ୍ସବ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆଧୁନିକ ସୁବିଧା ରହିଛି ।

ସେହିପରି ରିଙ୍ଗ ସେରିମୋନି, ହଳଦୀ, ମେହେନ୍ଦି, ରିସେପ୍ସନ୍ ଠାରୁ ଆରମ୍ଭ କରି ବଡ଼ ଭାରତୀୟ ବିବାହ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଆୟୋଜନ ପାଇଁ ଏହା ଏକ ଆଦର୍ଶ ସ୍ଥାନ ପାଲଟିଛି ।

ଅନ୍ୟପକ୍ଷରେ ଯୁବପୀଢ଼ି ଓ ପାର୍ଟି ପ୍ରେମୀଙ୍କ ପାଇଁ ଲାବଣ୍ୟ ରିଟ୍ରିଟର ଆଉ ଏକ ବିଶେଷ ଆକର୍ଷଣ ହେଉଛି ଏହାର ପୁଲ୍ ପାର୍ଟି ଜୋନ । ଯାହା ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଏହି ବ୍ୟବସ୍ଥା ଭୁବନେଶ୍ୱରରେ ନୂଆ ପ୍ରକାରର ମନୋରଞ୍ଜନର ଖୋରାକ ଦେବ । ସାଙ୍ଗସାଥୀଙ୍କ ସହ ମଜା, ସଙ୍ଗୀତ, ଖାଦ୍ୟ ଏବଂ ପ୍ରକୃତିର ମଧ୍ୟରେ ସମୟ କାଟିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ଏହା ଏକ ପସନ୍ଦର ଗନ୍ତବ୍ୟସ୍ଥଳ ହୋଇ ଉଠିବ ବୋଲି ଆଶା କରାଯାଉଛି ।

ଲାବଣ୍ୟ ରିଟ୍ରିଟରେ ”ପୁଲ୍ ପାର୍ଟି” ଅନୁଭୂତି :

ସହରର ବ୍ୟସ୍ତ ଜୀବନରୁ କିଛି ସମୟ ଦୂରେଇ ଖୋଲା ଆକାଶ ତଳେ ମନଖୋଲି ମଜା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ”ପୁଲ୍ ପାର୍ଟି” ଏକ ଆଦର୍ଶ ସ୍ଥାନ ହେବ । ରଙ୍ଗୀନ ଆଲୋକ ସଜ୍ଜା, ଆକର୍ଷଣୀୟ ପୁଲ୍ ସେଟଅପ, ସଙ୍ଗୀତର ତାଳ ଏବଂ ସାଙ୍ଗସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ସବୁ କିଛି ମିଳିବ ଏଇ ଗୋଟିଏ ସ୍ଥାନରେ ।

ଲାବଣ୍ୟ ରିଟ୍ରିଟ କେବଳ ”ପୁଲ୍ ପାର୍ଟି”ରେ ସୀମିତ ନୁହେଁ । ଏକ ସ୍ଥାନରେ ଉତ୍ସବ, ମନୋରଞ୍ଜନ ଓ ଆତିଥ୍ୟର ସମ୍ପୂର୍ଣ୍ଣ ଅନୁଭୂତି ଦେବା ଲକ୍ଷ୍ୟରେ ଏହି ରିଟ୍ରିଟ ଗଢ଼ି ଉଠିଛି । ଖାଲି ସେତିକି ନୁହେଁ ପୁଲ୍ ପାର୍ଟି ସହ ଖାଦ୍ୟପ୍ରେମୀଙ୍କ ପାଇଁ ମଧ୍ୟ ରହିବ ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ଥା । ଲାବଣ୍ୟ କାଫେର ବିଶେଷ କଫି, ବିରିୟାନି ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥ ଅତିଥିମାନଙ୍କ ଅନୁଭୂତିକୁ ଆହୁରି ସ୍ମରଣୀୟ କରିବ। ଦିନର ଶେଷରେ ସଙ୍ଗୀତ, ଆଲୋକ ଓ ପ୍ରକୃତିର ମିଶ୍ରଣ ଏକ ଭିନ୍ନ ପରିବେଶ ସୃଷ୍ଟି କରିବ।

ନିକଟରେ ଉଦଘାଟିତ ହୋଇଥିବା ଲାବଣ୍ୟ ରିଟ୍ରିଟ ଧୀରେ ଧୀରେ ଭୁବନେଶ୍ୱରର ଏକ ଚର୍ଚ୍ଚିତ ଲାଇଫ ଷ୍ଟାଇଲ୍ ଡେଷ୍ଟିନେସନ ଭାବେ ପରିଚିତ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଧୁନିକ ସୁବିଧା ଏବଂ ଉତ୍ସବର ନୂଆ ଧାରଣା ସହ ଏହି ସ୍ଥାନ ଆଗାମୀ ଦିନରେ ସହରବାସୀଙ୍କ ପସନ୍ଦର ଗନ୍ତବ୍ୟସ୍ଥଳ ହେବାର ସମ୍ଭାବନା ରଖିଛି।

ଉଦଘାଟନ ଅବସରରେ ଲାବଣ୍ୟ କାଫେର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଖୋଲା ଆକାଶ ତଳେ ଗଢ଼ି ଉଠିଥିବା ଏହି କାଫେର ପରିବେଶ ଅତିଥିମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା। ସୁଗନ୍ଧିତ ସିଗ୍ନେଚର କଫି, ତାଜା ପ୍ରସ୍ତୁତ ଖାଦ୍ୟ ଓ ବିଭିନ୍ନ ଦେଶର ସ୍ୱାଦିଷ୍ଟ ଖାଦ୍ୟ ଖାଉଟିଙ୍କ ମନ ଜିତିଥିଲା । ସନ୍ଧ୍ୟାରେ ସଙ୍ଗୀତ, ଆଲୋକ ସଜ୍ଜା ଏବଂ ଲାଇଭ୍ ଜ୍ୟାମିଂ ସେସନ୍ ସମଗ୍ର ପରିବେଶକୁ ଆହୁରି ଜୀବନ୍ତ କରିଦେଇଥିଲା।

ଖାଦ୍ୟପ୍ରେମୀଙ୍କ ପାଇଁ ଲାବଣ୍ୟ ରିଟ୍ରିଟର ବିରିୟାନି କର୍ଣ୍ଣର ଆଗକୁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଛି। ଯେଉଁଠି ସୁଗନ୍ଧିତ ଓ ଅଥେଣ୍ଟିକ ସ୍ୱାଦର ବିରିୟାନି ସହ ପାର୍ସଲ ସେବା ଏବଂ ହୋମ୍ ଡେଲିଭରି ସୁବିଧା ମଧ୍ୟ ଉପଲବ୍ଧ ରହିବ। ଗୋଟିଏ ଫୋନ କଲରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିବାର ସୁବିଧା ଏହାକୁ ଆହୁରି ଲୋକପ୍ରିୟ କରିବ ।

ପ୍ରାକୃତିକ ସବୁଜିମା, ସୁନ୍ଦର ଲ୍ୟାଣ୍ଡସ୍କେପ୍, ଆଧୁନିକ ସୁବିଧା, ଉଚ୍ଚମାନର ଆତିଥ୍ୟ ଓ ବହୁମୁଖୀ ଆୟୋଜନ କ୍ଷମତା ସହ ଆଗକୁ ବଢୁଛି ଲାବଣ୍ୟ ରିଟ୍ରିଟ । ତେବେ ଏହା କେବଳ ଏକ ଇଭେଣ୍ଟ ଭେନ୍ୟୁ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ ଅନୁଭୂତି ଭାବେ ଉଭା ହେଉଛି । ଯେଉଁମାନେ ପ୍ରକୃତିର କୋଳରେ ନିଜର ବିଶେଷ ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ନୂଆ ଓ ଆକର୍ଷଣୀୟ ଠିକଣା।

ବିବାହ, କର୍ପୋରେଟ ଇଭେଣ୍ଟ, ପୁଲ୍ ପାର୍ଟି, ଜନ୍ମଦିନ, ବାର୍ଷିକୀ କିମ୍ବା ସାଙ୍ଗସାଥୀଙ୍କ ସହ ଏକ ସୁନ୍ଦର ସନ୍ଧ୍ୟା ବିତାଇବାକୁ ହେଉ ଲାବଣ୍ୟ ରିଟ୍ରିଟ ଏବେ ଭୁବନେଶ୍ୱରର ନୂଆ ଉତ୍ସବ ଗନ୍ତବ୍ୟସ୍ଥଳ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score