Explore

Search

July 21, 2026 9:46 am

ହେରା ପଞ୍ଚମୀ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ଦିବ୍ୟ ନୀତି

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ହେରାପଞ୍ଚମୀ। ଯେଉଁଥିରେ ଦେଖିବାକୁ ମିଳେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ଏକ ଦିବ୍ୟ ଝଲକ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରସିଦ୍ଧ ରଥଯାତ୍ରା ସମୟରେ ଏହି ହେରା ପଞ୍ଚମୀ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନନ୍ୟ ନୀତି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପାଳିତ ହୋଇଥାଏ ହେରା ପଞ୍ଚମୀ । ଆଜିର ଦିନରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟିବାକୁ ଓ ତାଙ୍କୁ ଫେରାଇ ନେବାକୁ ଯାଆନ୍ତି।

ଲୋକକଥା ଅନୁଯାୟୀ; ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ନିଜ ମାଉସୀଘର ଗୁଣ୍ଡିଚା ମନ୍ଦିରକୁ ଚାଲି ଯାଆନ୍ତି । ତେବେ ଦୀର୍ଘଦିନ ଧରି ପାଇଁ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସନ୍ତି ନାହିଁ ।

ଆଉ ଯାହାକୁ ନେଇ ମା’ ଲକ୍ଷ୍ମୀ ରାଗିଯାଇ କ୍ରୋଧରେ ମହାପ୍ରଭୁ ଜଗନ୍ନାଥଙ୍କୁ ଖୋଜିବାକୁ ଗୁଣ୍ଡିଚା ଯାଆନ୍ତି । ମା’ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ପ୍ରବେଶ କରନ୍ତି । ଏହାପରେ ଆଡପମଣ୍ଡପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ତୁରନ୍ତ ଶ୍ରୀମନ୍ଦିର ଫେରିଯିବେ ବୋଲି କୁହନ୍ତି।

କିନ୍ତୁ ଏତିକିରେ ରାଗ ଶାନ୍ତ ହୋଇନଥାଏ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ। ଏହା ମା’ ଲକ୍ଷ୍ମୀଙ୍କର ମାନବୀୟ ପ୍ରେମ କ୍ରୋଧ ଓ ଅଭିମାନର ଏକ ଜୀବନ୍ତ ପ୍ରତୀକ। ଜଗନ୍ନାଥ ସଂସ୍କୃତିର ସବୁଠୁ ବଡ ବିଶେଷତ୍ୱ ହେଉଛି କି ଏଥିରେ ଦେବତା ମାନଙ୍କୁ ସାଧାରଣ ମଣିଷ ଭଳି ବ୍ୟବହାର କରୁଥିବା ଦେଖାଯାଏ। ତେବେ ପ୍ରତ୍ୟାବର୍ତ୍ତନ ସମୟରେ ଭଗବତୀ ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇ ଅଭିମାନରେ ରଥର ଏକ ଅଂଶକୁ ଭାଙ୍ଗି ଦେଇଥିବା ପରମ୍ପରା ରହିଛି ।

ଏହି ହେରାପଞ୍ଚମୀ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଥିବା ସେଇ ସ୍ନେହ, ସମ୍ମାନ ଓ କଳହର ଏକ ଦିବ୍ୟ ନୀତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score