Explore

Search

August 28, 2026 12:23 pm

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ାକଡ଼ି ହେଲା ୭୫% ଉପସ୍ଥାନ

ବଦଳିଲା ନିୟମ, ଆଉ ପରୀକ୍ଷାର୍ଥୀଙ୍କ ପାଇଁ ରହିବନି ଉପସ୍ଥାନ କୋହଳ l କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଭୟ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି l ଏଥିସହିତ ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ଏହା ବାଧ୍ୟତାମୂଳକ ଅଟେ l ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବା ସହିତ ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ ବୋର୍ଡ ପକ୍ଷରୁ କଠୋର ଆଭିମୁଖ୍ୟ ନିଆଯିବ ଏବଂ ଅନୁବନ୍ଧିତ ବା ଆଫିଲେଟେଡ୍‌ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ମଧ୍ଯ ଦିଆଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score