Explore

Search

June 24, 2026 5:17 pm

ଦୁଲକୁଛି ଛତ୍ରପୁର ମହୋତ୍ସବ : ଦୀପ୍ତି ଓ କୁଲଦୀପଙ୍କ ଗୀତରେ ମତୁଆଲା ଦର୍ଶକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବହୁ ପ୍ରତୀକ୍ଷିତ ଛତ୍ରପୁର ମହୋତ୍ସବ–୨୦୨୬ ପାଇଁ ଉତ୍ସବମୁଖର ହୋଇ ଉଠିଛି ପରିବେଶ । ଜୁନ୍ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଆଜି ତୃତୀୟ ଦିବସ।
ଏହି ମହୋତ୍ସବକୁ ଦେଖିବା ପାଇଁ ଲାଗିଛି ଦର୍ଶକଙ୍କ ଅହେତୁକ ଭିଡ।

ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାକୁ ଏକ ମଞ୍ଚରେ ଉପସ୍ଥାପନ କରିବା ସହିତ ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହନ ଦେବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ। ମହୋତ୍ସବରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରୁଛି।

ତେବେ ଆଜିର ଏହି ତୃତୀୟ ସନ୍ଧ୍ୟାରେ ମହୋତ୍ସବକୁ ବେଶ ରୋମାଞ୍ଚକ କରିଥିଲା ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ କୁଲଦୀପ ପଟ୍ଟନାୟକଙ୍କ ଗୀତ । ଉଭୟ କଣ୍ଠଶିଳ୍ପୀଙ୍କ ଲୋକପ୍ରିୟ ଗୀତ ଓ ଲାଇଭ୍ ପରିବେଷଣକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଆନନ୍ଦ ଦେଖା ଦେଇଥିଲା।ସେମାନଙ୍କ ଗୀତର ତାଳେ ତାଳେ ଛତ୍ରପୁର ମହୋତ୍ସବ ପ୍ରାଙ୍ଗଣ ଝୁମି ଉଠିଥିଲା ।

ଏହାବ୍ୟତୀତ ମହୋତ୍ସବରେ ଲୋକନୃତ୍ୟ, ଲୋକସଙ୍ଗୀତ, ନାଟ୍ୟ ପରିବେଷଣ, ସାଂସ୍କୃତିକ ପ୍ରତିଯୋଗିତା ଓ ବିଭିନ୍ନ ଜିଲ୍ଲାର କଳାକାରମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

ସନ୍ଧ୍ୟା ହେଲେ ମହୋତ୍ସବ ପରିସରରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଥିବା ବେଳେ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍, ହସ୍ତଶିଳ୍ପ ସାମଗ୍ରୀ ଓ ଖାଦ୍ୟ ଷ୍ଟଲ୍ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି।
ଗଞ୍ଜାମର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ବୈଭବକୁ ରାଜ୍ୟସ୍ତରରେ ପରିଚିତ କରାଇବାରେ ଛତ୍ରପୁର ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score