Explore

Search

April 15, 2026 3:34 am

ଓଡିଶାରେ ଗ୍ରୀଷ୍ମ ଛୁଟି ଘୋଷଣା – ୨୩ ଅପ୍ରେଲ ୨୦୨୫ ଠାରୁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଚାଲିଥିବା ଭୟଙ୍କର ତାପପ୍ରବାହ ଦେଖି ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡିଶା ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅପ୍ରେଲ ୨୩ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି, ଶିଶୁବାଟିକା, ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକ ଅସ୍ଥାୟୀ ଭାବରେ ବନ୍ଦ ଘୋଷଣା କରାଯାଇଛି।

ସେପରି ଉଭୟ ସରକାରୀ ଓ ବେସରକାରୀ କଲେଜ ମାନଙ୍କ ପାଇଁ ମଧ୍ୟ ଏହି ଛୁଟି ଲାଗୁ ହେବ। ତେବେ ଯେଉଁ ପରୀକ୍ଷାମାନେ ପୂର୍ବରୁ ନିର୍ଦ୍ଧାରିତ, ସେଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବାରେ ବାଧା ହେବ ନାହିଁ, ଏବଂ ପରୀକ୍ଷା ସମ୍ପୃକ୍ତ କର୍ମଚାରୀମାନେ ତାହାର ଉପରେ ଆବଶ୍ୟକ ଦୃଷ୍ଟି ଦେବେ।

ବଢୁଥିବା ତାପମାତ୍ରା ଦେଖି ଗ୍ରୀଷ୍ମ ଛୁଟି ଆଗକୁ ଆଣିବା ଏହି ସରକାରୀ ପଦକ୍ଷେପ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଏକ ସଠିକ ନିଷ୍ପତ୍ତି ବୋଲି ମନ୍ୟ ହେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score