Explore

Search

June 8, 2026 10:01 pm

୧୨ ହଜାର କୋଟି ଟଙ୍କାରେ ଗଢ଼ି ଉଠିବ ୨୨୦୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ ଶୀଘ୍ର ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ । ମୋଟ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ଏହି ଆଦର୍ଶ ବିଦ୍ୟାଳୟ । ଏନେଇ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତ ଅଞ୍ଚଳରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଆଦର୍ଶକୁ ଆଧାର କରି ଏହି ବିଦ୍ୟାଳୟଗୁଡ଼ିକୁ ଗଢ଼ି ତୋଳାଯିବ ଏବଂ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀରେ ବାଣପୁରରୁ ଏହି ମାହାତ୍କାଂକ୍ଷୀ ଯୋଜନାର ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ବାଣପୁରରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ, ଆଜି ଖୋର୍ଦ୍ଧାରେ ଆଉ ୨୦୪ଟି ବିଦ୍ୟାଳୟ ନିର୍ମାଣ ପାଇଁ ଶୁଭାରମ୍ଭ କରାଯାଇଛି। ଏହା ସହିତ ରାଜ୍ୟରେ ମୋଟ ୩୨୨ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଗତି ପାଇଛି।

ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ଶିକ୍ଷା ହେଉଛି ଜଣେ ଶିଶୁର ଭବିଷ୍ୟତ ଗଢ଼ିବାର ମୂଳ ଆଧାର। ଏହି ସ୍ତରରେ ଯଦି ଉତ୍ତମ ଶିକ୍ଷା ଓ ଉପଯୁକ୍ତ ପରିବେଶ ମିଳେ, ତେବେ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସଫଳ ନାଗରିକ ଭାବେ ଗଢ଼ିଉଠିବେ। ସେ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ କରାଯିବା ସହ ଆଧୁନିକ ଶିକ୍ଷା ପ୍ରଣାଳୀ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଉନ୍ନତ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ। ଫଳରେ ପିଲାମାନେ ଗୁଣାତ୍ମକ ଓ ଯୁଗୋପଯୋଗୀ ଶିକ୍ଷା ପାଇବାର ସୁଯୋଗ ଲାଭ କରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score