Explore

Search

June 11, 2026 3:52 pm

ରଜରେ ଭିଜିବ ଓଡିଶା

ଭୁବନେଶ୍ୱର : ରାଜ୍ୟରେ ପ୍ରାକ୍‌-ମୌସୁମୀ ବର୍ଷା ସକ୍ରିୟ ରହିଥିବା ବେଳେ ଆସନ୍ତା ରଜ ପର୍ବ ସମୟରେ ସାରା ଓଡ଼ିଶା ବର୍ଷାରେ ଭିଜିବାର ସମ୍ଭାବନା ରହିଛି । ପାଗ ପରିସ୍ଥିତି ଅନୁକୂଳ ଥିବାରୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ହ୍ରାସ ପାଇପାରେ। କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ କିଛିଟା ଆଶ୍ୱସ୍ତି ମିଳିବ।

ବର୍ତ୍ତମାନ ସକାଳେ ଖରା ଏବଂ ଅପରାହ୍ନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏପରି ପାଗ ୧୫ ଜୁନ୍ ପର୍ଯ୍ୟନ୍ତ ଜାରି ରହିପାରେ।

ଅନ୍ୟପଟେ, ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ମୌସୁମୀର ଅଗ୍ରଗତି କିଛିଟା ମନ୍ଥର ହୋଇଛି। ତଥାପି ପାଗ ଅନୁକୂଳ ରହିଥିବାରୁ ମୌସୁମୀ ଧୀରେ ଧୀରେ ଆଗକୁ ବଢ଼ୁଛି। ଜୁନ୍ ୨୦ ସୁଦ୍ଧା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଆସନ୍ତା ୪-୫ ଦିନ ମଧ୍ୟରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ଭାଗକୁ ମୌସୁମୀ ପ୍ରବେଶ କରିପାରେ। ୧୧ ଜୁନ୍ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ତେବେ ୧୧ ଓ ୧୨ ତାରିଖରେ ରାଜ୍ୟର ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ପରିମାଣ ବଢ଼ିପାରେ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ତାତି ବିଶେଷ ବଢ଼ିବ ନାହିଁ। ୧୨ ଜୁନ୍ ପରଠାରୁ ପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇପାରେ ଏବଂ କାଳବୈଶାଖୀ ବର୍ଷାର ପ୍ରଭାବ ବଢ଼ିବ। ଏହାସହ ଜୁନ ୧୪ରୁ ୧୭ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାର ଆଶା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score