ନୂଆଦିଲ୍ଲୀ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଦଳର ନୂଆ ଟି-୨୦ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ସେ ବର୍ତ୍ତମାନର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ।
ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷିତ ଟି-୨୦ ଦଳରେ ଏହି ପରିବର୍ତ୍ତନ ଦେଖାଯାଇଛି। କେବଳ ଅଧିନାୟକ ପଦରୁ ନୁହେଁ, ସୂର୍ଯ୍ୟକୁମାର ଯାଦବଙ୍କୁ ସମ୍ପୂର୍ଣ୍ଣ ଦଳରୁ ମଧ୍ୟ ବାଦ ଦିଆଯାଇଛି।
ଚଳିତ ବର୍ଷ ଆରମ୍ଭରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଜିତି ସଫଳତା ହାସଲ କରିଥିଲା। ତଥାପି ଗତ କିଛି ସମୟ ଧରି ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଆଶାନୁରୂପ ରହିନଥିଲା। ଏହା ସହ ହାତରେ ଲାଗିଥିବା ଆଘାତ ମଧ୍ୟ ତାଙ୍କ ଚୟନରେ ପ୍ରଭାବ ପକାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ନିକଟ ଅତୀତରେ ଶ୍ରେୟସ ଆୟରଙ୍କ ନିରନ୍ତର ଭଲ ପ୍ରଦର୍ଶନ ଓ ନେତୃତ୍ୱ କ୍ଷମତାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାମାନେ ତାଙ୍କୁ ଟି-୨୦ ଦଳର ନୂଆ ଅଧିନାୟକ ଭାବେ ବାଛିଛନ୍ତି।
ଏହି ନିଷ୍ପତ୍ତି ସହ ଭାରତୀୟ ଟି-୨୦ ଦଳ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
